ଫୋକସ ପ୍ଲସ(ନୟାଗଡ)୧୬/୦୮/୨୦୨୨: ମହାନଦୀର ବନ୍ୟା ପାଣି ଆସି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହେବାରୁ ଭାପୁର ବ୍ଲକର 20ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ ବିଚ୍ଛିନ୍ନ ହୋଇଯାଇଛି,ତେବେ ହଠାତ ଭାପୁର କଲାପଥର ଜାତୀୟ ରାଜପଥରେ ଫତେଗଡ ପଂଚାୟତ କାଳିଗିରି ବ୍ରିଜ ରେ ବନ୍ୟା ଜଳ ଆସିବାରୁ ଖଣ୍ଡପଡା ରୁ ବାଘମାରୀ ରାସ୍ତା ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି, ଯାହାଫଳରେ ଲୋକ ମାନେ ଯାତାୟାତ କରିବାରେ ବହୁତ ଅସୁବିଧା ହେବା ସହିତ ଅନେକ ଗାଡି ମୋଟର ଅଟକି ରହିଛି, ତେବେ ବନ୍ୟା ପାଣି ଆସିବା ଯୋଗୁଁ ଲୋକମାନେ ଖାଦ୍ୟ ସାମଗ୍ରୀ ଆଣି ଯାଇପାରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା, ଯାତାୟତ ପାଇଁ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ଅଛନ୍ତି, ବନ୍ୟା ଜଳ ପ୍ରଭାବରେ ସ୍ଥାନୀୟ ଅଞ୍ଚଳର ଶହ ଶହ ହେକ୍ଟର ଚାଷ ଜମି ବୁଡିଛି, ବିଶେଷ କରି ବନ୍ୟା ରେ ପ୍ରଭାବିତ ହୋଇଛି ଫତେଗଡ,ମଣିପୁର, ଦଶମନ୍ତପୁର, କରବର ଏବଂ ନଣ୍ଡାବର ଗାଁ ଚାଷ ଜମି, ବନ୍ୟା ପାଣି ପଶିଛି ଗୁଡୁପଡ଼ା ମାନିତ୍ରୀ ଓ କରବର ନୂଆ ସାହିରେ ଭୟଭୀତ ଏବଂ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା,ସେପଟେ ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନମାନଙ୍କୁ ଉଚ୍ଚ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତର କରାଯାଇଛି, ଗାଇ ଗୋରୁ ଛେଳି ମେଣ୍ଢା ଏବଂ ବଳଦ ମାନଙ୍କୁ ଶୁଖିଲା ଜାଗାକୁ ନେଇଯାଉଛନ୍ତି, ସେପଟେ ଭାପୁର ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଯାତାୟାତ ପାଇଁ ବୋଟ ସହିତ ଶୁଖିଲା ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଭାପୁର ବିଡ଼ିଓ ଜନ୍ମେଜୟ ସାହୁ ପ୍ରତିସୃତି ଦେବା ସହିତ ନିଜେ ବନ୍ୟା ଅଂଚଳ ପରିଦର୍ଶନ କରିଛନ୍ତି |
ନୟାଗଡ ଭାପୁରରୁ ନାରାୟଣ ପଲେଇଙ୍କ ରିପୋର୍ଟ ଫୋକସ ପ୍ଲସ |