ଥାନା ଆଗରେ ଯୁବକକୁ ଗୋଡେଇ ଗୋଡେଇ ପିଟିଲେ

ଫୋକସ ପ୍ଲସ(ବାଲିଆପାଳ)୧୬/୦୮/୨୦୨୨: ନାବାଳିକା ଝିଅ ଅପହରଣ ମାମଲା ସମାଧାନ ପାଇଁ ପ୍ରଥମେ ୧୦ଲକ୍ଷ ଟଙ୍କା ପରେ ୪ ଲକ୍ଷ ମାଗିଥିଲେ ନଦେବାରୁ ଯୁବକକୁ ବିଚ ରାସ୍ତାରେ ଗୋଡେଇ ଗୋଡେଇ ମାଡ଼ ମାରିଲେ ଝିଅ ପରିବାର ସଦସ୍ୟ ଥାନା ପାଖରୁ ମାତ୍ର 100 ମିଟର ଦୂରର ଘଟଣା ଘଟିଛି !ଏଭଳି ଦୃଶ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଂଚଳରେ ଏକ ଯୁବକ ସେହି ଅଂଚଳର ଏକ ନାବାଳିକାକୁ ଅପହରଣ କରି ନେଇଥିଲା ବେଳେ ଝିଅ ପରିବାର ଥାନାରେ ଅଭିଯୋଗ କରିଥିଲା ବେଳେ ଯୁବକ ଜଣକ କିଡନାପିଂ ମାମଲାରେ ଛନ୍ଦି ହୋଇ ଦୀର୍ଘ ଆଠ ମାସରୁ |ଅଧିକ ଦିନ ଜେଲରେ ରହିଥିଲେ ! ଜେଲରୁ ଫେରିଲା ପରେ ଉକ୍ତ ମାମଲାର ସମାଧାନ ପାଇଁ ଝିଅ ପରିବାର ପ୍ରଥମେ ୧୦ଲକ୍ଷ ଟଙ୍କା ପରେ ୪ଲକ୍ଷ ଟଙ୍କା ଦାବୀ କରିଥିଲେ ! ଉକ୍ତ ଯୁବକ ଏତେ ଟଙ୍କା ଦେଇ ନ ପାରିଥିଲେ ମାତ୍ର ଆଜି ଦିନ ୧୧ଟା ସମୟରେ ବାଲିଆପାଳ ବଜାରକୁ ଯୁବକ ଜଣକ କୌଣସି ଏକ କାମରେ ଆସିଥିଲା ବେଳେ ଉକ୍ତ ନାବାଳିକାକୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ନାବାଳିକାର ପରିବାର ସଦସ୍ୟ ବୀଚ ରାସ୍ତାରେ ଗୋଡେଇ ଗୋଡେଇ ମାଡ଼ ମରୁଥିବାର ଭିଡିଓ ଏବେ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲିଛି ! ଯୁବକ ଜଣକ ଏବେ ଗୁରୁତ୍ୱର ହୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିଲା ବେଳେ ଡାକ୍ତର ତାଙ୍କୁ ବାଲେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ବେଳେ ବାଲିଆପାଳ ପୋଲିସ ଗୁରୁତ୍ୱର ଯୁବକକୁ ଆଣି ଥାନାରେ ଅଟକ ରଖିଛି । ଯୁବକ ର ପରିବାର ପକ୍ଷରୁ ନ୍ୟାୟ ପାଇଁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିବାକୁ ଆସିଥିଲା ବେଳେ ପୋଲିସ ଅଭିଯୋଗ ରଖି ନ ଥିବାର ଦେଖିବାକୁ ମିଳିଛି |

ବାଲିଆପାଳରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *