ଜାତୀୟ ପତାକାକୁ ଅସମ୍ମାନ

ଫୋକସ ପ୍ଲସ(ମାଲକାନଗିରି)୧୭/୦୮/୨୦୨୨: ସାରା ଦେଶରେ ଅମୃତ ମହୋତ୍ସବ ସହ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ପାଳନ କରୁଥିବା ବେଳେ ମାଲକାନଗିରି ଜିଲ୍ଲା ଏମଭି ୭୯ ଶାଖାରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଏମଭି ୭୯ ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିସରରେ ସ୍ଵାଧୀନତା ଦିବସରେ ତଳୁଆ ହୋଇ ଜାତୀୟ ପତାକା ଲଗାଯାଇଛି । ଯାହାକୁ ନେଇ ଏମଭି ୭୯ ଲୋକେ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଛୋଟ ପତାକାକୁ ଛୋଟ ଏକ ୪ଫୁଟର ଲୁହା ରଡରେ ଲଗାଇ ତାହାକୁ ଉତ୍ତୋଳନ କରିବା ବେଳେ ଏହା ତଳୁଆ ହୋଇ ଝୁଲି ରହିଥିଲା । ଜାତୀୟ ପତାକାକୁ ଅସମ୍ମାନ କରିବା ନେଇ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ବିରୋଧ ସହ ଅସନ୍ତୋଷ ଭାବ ଦେଖାଯିବା ପରେ ଖବର ପାଇ ଏମଭି ୭୯ ଥାନା ଅଧିକାରୀ ମୁକୁନ୍ଦ ମେଲକା, ସେକେଣ୍ଡ ଅଫିସର ନରେନ୍ଦ୍ର ପ୍ରସାଦ ଭତ୍ରା ଏବଂ ଏଏସଆଇ ରାଜେନ୍ଦ୍ର ପାଙ୍ଗି ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝା ସୁଜା କରିବାପରେ ଲୋକେ ଶାନ୍ତ ହୋଇଥିଲେ । ଥାନା ଅଧିକାରୀଙ୍କ ନିର୍ଦ୍ଦେଶ ପରେ ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ ଏହାକୁ ପରିବର୍ତ୍ତନ କରି ପତାକା ଉତଲନ କରିଥିଲେ । ଏହିପରି ପ୍ରତିବର୍ଷ ସମ୍ପୃକ୍ତ ବ୍ୟାଙ୍କରେ ହେଉଥିବାରୁ ଏହି ଘଟଣାକୁ ଗ୍ରାମବାସୀ ଘୋର ନିନ୍ଦା କରିବା ସହ ବ୍ୟାଙ୍କ ମେନେଜର ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଗ୍ରାମବାସୀ ଏବଂ ବୁଦ୍ଧିଯିବି ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *