ଫୋକସ ପ୍ଲସ(କଳାହାଣ୍ଡି)୧୮/୦୮/୨୦୨୨: କାହା ଛତ୍ର ଛାୟା ତଳେ ଚାଲିଛି ନର୍ଲା କୃଷି ବିଭାଗ ରେ ଚାଷୀଙ୍କ ନାଁ ରେ ଜାଲ ଦସ୍ତଖତ ? କିଏ କରିଛି ଏଭଳି ଜଘନ୍ୟ କଳା କାରନାମା। ଜାଲ ଦସ୍ତଖତ କରି ଚାଷୀଙ୍କ ସାମଗ୍ରୀ କରାଯାଉଛି ହଡ଼ପ।କିଏ କରୁଛି ଚାଷୀଙ୍କ ନାଁ ରେ ଏଭଳି ଜାଲିଆତି ଦସ୍ତଖତ ?ଆଉ ଏଭଳି ଜାଲିଆତି ର ଫଣ୍ଡା ଫୋର୍ଡ ର ସବୁ ପ୍ରମାଣ ମିଳିଛି ସୁଚାନ ଅଧିକାର ଆଇନ ବଳ ରେ।ନର୍ଲା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଚାଷୀ ମାନଙ୍କ ନାଁ ରେ କରାଯାଇଛି ଏଭଳି ଜାଲିଆତି ଦସ୍ତଖତ lଆଉ ହଡପ କରାଯାଇଛି ଚାଷୀଙ୍କ ଲକ୍ଷାଧିକ ଟଙ୍କାର କୃଷିଭିତ୍ତିକ ସାମଗ୍ରୀ lଜାଲ ଦସ୍ତଖତ ହେଇଥିବା ସରକାରୀ କାଗଜପତ୍ର ରେ ପୁଣି ରହିଛି ବିଭାଗୀୟ ଅଧିକାରୀ ମାନଙ୍କ ମୋହର ଓ ଦସ୍ତଖତ |ନର୍ଲା ବ୍ଲକ ର କର୍ମେଗାଁ ପଞ୍ଚାୟତ, ରାକସି ଓ ବାଗପୁର ପଞ୍ଚାୟତ ଭଳି ନର୍ଲା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସାମଗ୍ରୀ ପାଇ ନଥିବା ଚାଷୀଙ୍କ ନାଁ ରେ ଜାଲ ଦସ୍ତଖତ କରି ଚାଷୀଙ୍କ ଅର୍ଥକୁ କରାଯାଇଛି ଆତ୍ମସାତ l ଆଉ ଏହାକୁ ନେଇ ଚାଷୀ ମହଲ ରେ ବର୍ତମାନ ଚର୍ଚ୍ଚା ଜୋର ଦାର ଦେଖିବାକୁ ମିଳିଛି।
ଚାଷୀଙ୍କ ନାଁ ରେ ଜାଲ ଦସ୍ତଖତ କରି ତାଙ୍କ ଅର୍ଥ ଆତ୍ମସାତ କରୁଛି କିଏ? ବିଗତ ତିନି ଚାରି ବର୍ଷ ଧରି ଯଦି ଚାଷୀ ମାନେ ନର୍ଲା କୃଷି କାର୍ଯ୍ୟାଳୟ ରୁ କୌଣସି ପ୍ରକାର କୃଷି ଭିତ୍ତିକ ସାମଗ୍ରୀ ପାଇ ନାହାଁନ୍ତି ତାହେଲେ ଉକ୍ତ ତାଲିକାରେ ସେମାନଙ୍କ ନାମ ପ୍ରକାଶ ପାଇଲା କିପରି?
ଆଶ୍ଚର୍ଯ୍ୟ ର ବିଷୟ ଜମି ହିନଙ୍କ ନା ରେ ମଧ୍ୟ ସାର ,ବିହନ,କୀଟନାଶକ ଭଳି ଦ୍ରବ୍ୟ ପ୍ରଦାନ କରାଯାଇଥିବା RTI ତଥ୍ୟ ରେ ଉଲ୍ଲେଖ କରାଯାଇଛି I ବର୍ଷ ବର୍ଷ ଧରି ଦାଦନ ଖଟୁଥିବା ବ୍ୟକ୍ତି ମାନଙ୍କ ନାଁ ମଧ୍ୟ ଚାଷୀଙ୍କ ତାଲିକା ରେ ରହିଛି I ଗତ ତିନିବର୍ଷ ମଧ୍ୟରେ ଏଭଳି ଜାଲିଆତି କରି ଚାଷୀଙ୍କ ପେଟକୁ ଲାତ ମରା ଯାଇଥିବା ବେଳେ ଏହାର ମାଷ୍ଟର ମାଇଣ୍ଡ ବିବାଦୀୟ ସହକାରୀ କୃଷି ଅଧିକାରୀଣି ଶିବାନୀ ପଧାନ ବୋଲି କୁହାଯାଉଛି । ଏବଂ ତିନିବର୍ଷ ଧରି ତାଙ୍କର ମାର୍ଗଦର୍ଶକ ସାଜିଥିବା ନର୍ଲା କୃଷି ବିଭାଗର ବୟୋବୃଦ୍ଧ କର୍ମଚାରୀ, ଦୁର୍ନୀତି ର ମୂଳ ବାଗପୁର ଏଓ ତିନି ଜଣ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ଓ ବିଦାୟୀ ସହକାରୀ କୃଷି ଅଧିକାରିଣୀ ଶିବାନୀ ପ୍ରଧାନ ଙ୍କ ଅତି ପାଖ ଲୋକ ବୋଲାଉଥିବା ଜଣେ ମନ୍ଦବୁଦ୍ଧି କୃଷକ ସାଥୀ ବୋଲି ଚାଷୀ ମହଲରେ ବେଶ ଆଲୋଚନା ହେଉଛି । ତେବେ କଣ କହୁଛନ୍ତି କର୍ମେ ପଞ୍ଚାୟତ ଓ ରାକସି ପଞ୍ଚାୟତର ଚାଷୀ ମାନେ |
ଯେତେବେଳେ ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କାର କୃଷି ଭିତ୍ତିକ ସାମଗ୍ରୀ ଚାଷୀଙ୍କୁ ଦେବାପାଇଁ ଯୋଗେଇ ଦେଉଛନ୍ତି, ଏ ସାମଗ୍ରୀ ଚାଷୀଙ୍କ ପାଖକୁ ନ ଆସି କେମିତି ବାଟ ମାରଣା ହେଉଛି l ଚାଷୀଙ୍କ ସାମଗ୍ରୀ ହଡ଼ପ କରିବାରେ କେଉଁ ଅସାଧୁ ଅଧିକାରୀ ମାନଙ୍କ ହାତ ରହିଛି ସେମାନଙ୍କୁ ସାମ୍ନା କୁ ଆଣିବା ଦରକାର ଓ ଏସବୁର ଭିଜିଲାନ୍ସ ତଦନ୍ତ ଆବଶ୍ୟକ ।ଏଣୁ ରାଜ୍ୟ କୃଷି ସଚିବ, କଳାହାଣ୍ଡି ଜିଲ୍ଲାପାଳ ମହୋଦୟା ନର୍ଲା ର ବିଭିନ୍ନ ଗ୍ରାମ ପଂଚାୟତ ରେ ଚାଷୀଙ୍କ ଅର୍ଥ ହଡପ କରି କୃଷି ବିଭାଗ କରିଥିବା ଦୁର୍ନୀତି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉ ବୋଲି ଏବେ ଚାଷୀ ମହଲ ରେ ଦାବି ହେଉଛି l
ନର୍ଲାରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ଫୋକସ ପ୍ଲସ |