ଫୋକସ ପ୍ଲସ(ଦାନଗଦୀ)୧୮/୦୮/୨୦୨୨: ଶିଳ୍ପ ରାଜଧାନୀ ରେ କରୁଣ ଚିତ୍ର ବୟାନ କରୁଛି । ଶିଳ୍ପ ରାଜଧାନୀ ର ବାସ୍ତବ ରୂପରେଖ କିପରି, ଦାନଗଦି ବ୍ଲକ ଯଖପୁରା ପଂଚାୟତର ଷ୍ଟେସନ ସାହିର ଏକ ଗରିବ ପରିବାରର ଚାଳ କୁଡ଼ିଆ ଘରଟି ଲଗାଣ ବର୍ଷା ରେ ଭାଙ୍ଗି ଯାଇଛି, ଏହି ଗାଁ ର ଗରିବ ରଶ୍ମି ରଞ୍ଜନ ସାମଲ ପିତା ରାମଚନ୍ଦ୍ର ସାମଲ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି, ଏହି ଗରିବ ରଶ୍ମି ରଞ୍ଜନ ଆବାସ ଯୋଜନା ପାଇଁ ଯୋଗ୍ୟ, ବାରମ୍ବାର ବ୍ଲକ ଅଫିସ, ସରପଞ୍ଚ ସମସ୍ତ ଙ୍କୁ ପାଖକୁ ଦୌଡି ଦୌଡି ନିରାଶ, ସେ ଏକ ନୁଆଁଣିଆ ଚାଳ କୁଡ଼ିଆରେ ତାଙ୍କ ପତ୍ନୀ ହେମଲତା ସାମଲ ଓ଼ ଏକମାତ୍ର ପୁଅ ସହ କାଳାତିପାତ କରନ୍ତି, ଦୁର୍ଭାଗ୍ୟର କଥା ଗତ ଲଘୁଚାପ ବର୍ଷାରେ ଶୋଇଥିବା ଅବସ୍ଥାରେ ତାଙ୍କ ଘରଟି ଭାଙ୍ଗି ଯାଇଛି, ସେମାନଙ୍କ ଏହି ବିପଦ ସମୟରେ ନା ସରପଞ୍ଚ, ନା ପ୍ରଶାସନ କେହି ପହଂଚି ନାହାନ୍ତି, ସରକାର ଙ୍କ ଯେଉଁ ସ୍ଲୋଗାନ ସମସ୍ତ ଗିରିବ ଙ୍କ ମୁଣ୍ଡ ଉପରେ ଛାତ, ତାହା ବାସ୍ତବ ରେ ଯୋଗ୍ୟ ହିତାଧିକାରୀ ପାଇବାରୁ ବଞ୍ଚିତ ହେଉଛନ୍ତି, ଆବାସ ଯୋଜନା ରେ ବିନା ଉତକୋଚ ରେ ମିଳୁନଥିବା ଅଭିଯୋଗ ହୁଏ !ସତରେ ଯୋଗ୍ୟ ହିତାଧିକାରୀ ଚୟନ କରୁଥିବା ବାବୁ ମାନ ଙ୍କୁ ଏପରି ଅବସ୍ଥା ରେ ଥିବା ଲୋକ କଣ ଦେଖାଯାଉ ନାହିଁ କି? ଏହି ଗରିବ ଭଙ୍ଗା ଘରେ ଥିବା ଦମ୍ପତି ଙ୍କୁ ପ୍ରଶାସନ ସହାୟତା ନିତ୍ୟାନ୍ତ ଜରୁରୀ, କିପରି ବର୍ଷା ପାଣିରେ ରାତିରେ ରହିବେ, ପ୍ରଶାସନ କି କୌଣସି ଅନୁଷ୍ଠାନ ର ସାହାଯ୍ୟ ସହଯୋଗ ହାତ ବଢ଼ାଇଲେ ଗରିବ ପରିବାରଟି ମୁଣ୍ଡ ଗୁଞ୍ଜିବା ସହ ଦୁଃଖ ଦୁର୍ଦଶା ରୁ ମୁକ୍ତି ପାଇପାରନ୍ତା |