ମୁର୍ମୁଷ ଅବସ୍ଥାରେ ବୃଦ୍ଧଙ୍କୁ ଉଦ୍ଧାର କଲେ ସମାଜସେବୀ

ଫୋକସ ପ୍ଲସ(ଭବାନୀପାଟଣା)୧୮/୦୮/୨୦୨୨: ଏକ ଅଜଣା ଅଚିନ୍ହା ବୃଦ୍ଧ ଜଣକ ଭବାନୀପାଟଣା ମୁନିସିପାଲିଟି ଅନ୍ତର୍ଗତ ନକଟିଗୁଡା ମହିଳା କଲେଜ ପାଖରେ ସୋଇଥିଲେ l ସେ ଦୀର୍ଘଦିନରୁ ସେଇ ଆଖପାଖରେ ରହି ଆସୁଥିଲେ l ବର୍ଷା ହେଲେ କେଉଁ ଦୋକାନ ବାରଣ୍ଡାରେ ସୋଇ ପଡୁଥିଲେ l ହେଲେ ଗତକାଲି ରାତିରେ ତାଙ୍କୁ ପ୍ରବଳ ଜ୍ୱର ହେଉଥିବାରୁ ସେ ଥରି ଯାଉଥିଲେ l ସେଇ ବାଟ ଦେଇ ଗତକାଲି ରାତିରେ ଯଶୋବନ୍ତ ରଣା, ସୁଶାନ୍ତ ପଟନାୟକ ଯାଉଥିବା ବେଳେ ଉକ୍ତ ବୃଦ୍ଧ ଙ୍କୁ ଦେଖି ତାଙ୍କର ସ୍ଵାସ୍ତ୍ୟ ବସ୍ତା ବିଷୟରେ ପଚାରି ବୁଝିଥିଲେ l ତାଙ୍କର ଦେହ ଥରୁଥିବା ଦେଖି ସ୍ବେଛାସେବୀ ଯଶୋବନ୍ତ ରଣା ତୁରନ୍ତ ଟାଉନ ଥାନା ଅଧିକାରୀ ପ୍ରଦୀପ ଧରୁଆ ଙ୍କୁ ଫୋନ କରି ତାଙ୍କୁ ହସ୍ପିଟାଲ ରେ ଆଡମିଟ କରିବାପାଇଁ ନିବେଦନ କରିଥିଲେ l ପରେ ଟାଉନ ଥାନା ର ପିସିଆର ଗାଡି ଆସିଲା ପରେ ପୋଲିସ ସହଯୋଗ ରେ ଉକ୍ତ ବୃଦ୍ଧ ଙ୍କୁ ହସ୍ପିଟାଲ ରେ ଆଡମିଟ କରାଯାଇଛି l ହେଲେ ବୃଦ୍ଧ ଙ୍କ ଅସଲି ପରିଚୟ ଏବେ ପ୍ରଯ୍ୟନ୍ତ ଜଣାପଡ଼ିନାହିଁ l ସ୍ବେଛାସେବୀ ଙ୍କ ଏହିପରି କାର୍ଯ୍ୟ କୁ ସହର ବାସି ପ୍ରଶଂସା କରିଛନ୍ତି l

Leave a Reply

Your email address will not be published. Required fields are marked *