ବାଜି ଲାଗୁଛି ନିରୀହ ଆଦିବାସୀଙ୍କ ଜୀବନ

ଫୋକସ ପ୍ଲସ(ବୋରିଗୁମ୍ମା)୧୮/୦୮/୨୦୨୨: ୩ବର୍ଷ ହେବ ରୁ ଉର୍ଦ୍ଧ୍ବ ସମୟ ହେବ ପୋଲ କାମ ସରୁନି । ବାଧ୍ୟ ହୋଇ ଗ୍ରାମବାସୀ ବର୍ଷାଦିନେ ଭରା ନଇ ପାର ହେଉଛନ୍ତି ଗ୍ରାମବାସୀ । ଏ ଦେଖନ୍ତୁ କେମିତି ଭରା ନଇ ପାର ହୋଇ ବାଜିରେ ଲାଗିଛି ଜୀବନ । ଷ୍ଟ୍ରଚରେ ବୁହା ହୋଇ ଜଣେ ଜରରେ ପୀଡିତ ରୋଗୀଙ୍କୁ ନଦୀ ପାର ହେଉଛନ୍ତି ସମ୍ପର୍କୀୟ । ଏ ହେଉଛି ଜୟପୁର ନିର୍ବାଚନ ମଣ୍ଡଳୀ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଉପାନ୍ତ ପଂଚାୟତ ହରଡାଗୁଡା ପଟାରାଙ୍ଗଣି ଚାଵରି ନଦୀର ଦୃଶ୍ୟ । ଜଣେ ମହିଳାଙ୍କୁ ଜର ରେ ପୀଡିତ ପରେ ରୋଗୀଙ୍କ ସମ୍ପର୍କୀୟ ଭରା ନଦିରେ ଜୀବନକୁ ବାଜିରେ ଲଗାଇ ମେଡିକାଲ ନେଉଛନ୍ତି । ଏ ତ ଆଜିର ଦୃଶ୍ୟ ହେଲେ ଏମିତି ପ୍ରତିଦିନ ଜୀବନକୁ ବାଜି ଲଗାଇ ଉଛୁଳା ନଦୀ ପାର ହେଉଛନ୍ତି ଏଠାକାର ଲୋକ । ଛାତ୍ର ଛାତ୍ରୀଠୁ ଆରମ୍ଭ କରି ବୃଦ୍ଧ, ଗର୍ଭବତୀ ମହିଳା ମଧ୍ୟ ବର୍ଷା ଦିନେ ଏମିତି ପାର ହେଉଛନ୍ତି । ଏ ଚାବିରି ନଦୀ ବିଗତ ୩ବର୍ଷ ରେ ତିନିଟି ଜୀବନ ନେଇ ଏମିତି ନଦୀ ପାର ବେଳେ ନେଇ ସାରିଲାଣି । ତିନି ବର୍ଷ ରୁ ଉର୍ଦ୍ଧ୍ବ ସମୟ ହେଲା ବିଭିନ୍ନ ଆଳା ଦେଖାଇ ବିହାରୀ ଠିକାଦାର ଉପାନ୍ତ ଲୋକଙ୍କ ପାଇଁ ଦାଉ ସାଜିଛି । ତିନି ବର୍ଷ ହେବ ପୋଲ କାମ 50 ପ୍ରତିଶତ ମଧ୍ୟ ହୋଇ ପାରିନାହିଁ । ବର୍ଷ ପରେ ବର୍ଷ ଦିନ ପରେ ଦିନ ଗଡି ଯାଉଛି କିନ୍ତୁ ଏ ପୋଲ ନିର୍ମାଣ ନ ହେବା କାରଣରୁ ଏହି ଉପାନ୍ତ ଆଦିବାସୀ ଲୋକଙ୍କ ପାଖରେ ଭଲ ରାସ୍ତା,ପିଇବା ପାଣି ,ଶିକ୍ଷା ,ସ୍ୱାସ୍ଥ୍ୟ ଭଳି ସୁବିଧା ସୁଯୋଗ ପହଁଚି ପାରୁନାହିଁ । ବାରମ୍ବାର ପୋଲ ନିର୍ମାଣ ପାଇଁ ଲୋକ ପ୍ରତିନିଧି ସରକାରୀ ବାବୁଙ୍କୁ ଗୁହାରି କଲେ ମଧ୍ୟ ଏମାନଙ୍କ ଦାବି ପୂରଣ ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଜରରେ ପୀଡିତ ହୋଇ ନଦୀ ପାର କରାଯାଇଥିବା ମହିଳା ଜଣଙ୍କ ବୋରିଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଈଁ ସମ୍ପର୍କୀୟ ନେଇଥିବା ଜଣା ପଡ଼ିଛି । ରୋଗୀଙ୍କ ସହିତ ଆଶା କର୍ମୀ ଏବଂ ତାଙ୍କର ସମ୍ପର୍କୀୟ ମେଡିକାଲରେ ରହି ଚିକିତ୍ସା କରାଉଛନ୍ତି ।

ବୋରିଗୁମ୍ମା ରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *