ଫୋକସ ପ୍ଲସ(ଦିଗପହଣ୍ଡି)୧୯/୦୮/୨୦୨୨: ବ୍ୟସ୍ତ ବହୁଳ ଭିଡ଼ ଭିତରେ ଚାଲିଛି ମଣିଷର ଜୀବନ ଯାତ୍ରା। ଅବିରାମ ଗତିରେ ଚାଲିଛି ସମୟ। ଠିକ୍ ସେହିଭଳି ମଣିଷ ଜାତି ମଧ୍ୟ କାହାରିକୁ ଅପେକ୍ଷା ନକରି ନିଜ ନିଜ ବାଟରେ ଦୌଡିବାରେ ଲାଗିଛି।ରେଳ ଯାନ ପରି ମଣିଷ ଜାତିର ମନ ଏତେ କ୍ଷୀପ୍ର ଗତିରେ ଦୌଡୁଛି ଯେ, ଯିବା ବାଟରେ କଣ ପଡିଛି ଆଉ କାହିଁକି ପଡିଛି?ଏହି ପ୍ରଶ୍ନ ମନରେ ଉଙ୍କି ମାରିବା ତ ଦୁରେ ଥାଉ ଚାହିଁ ବାକୁ ମଧ୍ୟ ବେଳ ନାହିଁ। ଆଉ ଏହି ସବୁ ଭିତରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ହେଉଛି ଗଞ୍ଜାମ ଜିଲ୍ଲା, ଦିଗପହଣ୍ଡିରେ ଥିବା ପଥପ୍ରାନ୍ତ ସେବା କେନ୍ଦ୍ର(WAY SIDE AMENITY CENTRE) ସମ୍ମୁଖରେ ପଡ଼ିଥିବା ଏକ ମୃତ ବିଲୁଆର ଶବ ମୁଖ୍ୟ ରାଜପଥରୁ ବାହାର କରୁଥିବାର ଦୃଶ୍ୟ।ଆଉ ଶବ ଉଠାଇ ବାହାର କରୁଥିବା ଏହି ଦୁଇଜଣ ନା କେଉଁ ରାଜନେତା,ନା ସହ କର୍ମୀ ନା ଅଫିସର ନା ସରକାରୀ କର୍ମଚାରୀ ନା ସଫେଇ କର୍ମଚାରୀ?ଏହି ଦୁଇଜଣ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ୍ ର ଗଣ ମାଧ୍ୟମ ପ୍ରତିନିଧି।ଜଣେ ହେଲେ ଓଡ଼ିଶା ଭାସ୍କର ର ଶିବ କୁମାର ଗୌଡ ଆଉ ଅନ୍ୟ ଜଣେ ହେଲେ ଫାକୋସ ପ୍ଲସ ର G ହରି ରେଡ୍ଡୀ।ଏମାନେ ଖବର ସଂଗହ କରିବାକୁ ଯାଉଥିବା ବେଳେ ଦେଖିଲେ ଯେ,ଦିଗପହଣ୍ଡି ଓ ବ୍ରହ୍ମପୁରକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କରେ ପଡ଼ି ରହିଛି ଏକ ମୃତ ବିଲୁଆର ଶବ। କାଳେ ଦୃତ ଗତିରେ ଯାଉଥିବା ଦୁଇଚାକିଆ କିମ୍ବା ଚାରିଚକିଆ ଯାନ ଏହି ଶବ କୁ ବାଜି ଦୁର୍ଘଟଣାର ଶୀକାର ନ ହେଉ।ତେଣୁ ଏହି ଦୁଇଜଣ ସାମ୍ବାଦିକ ଭାଇ ଏହିଭଳି କାର୍ଯ୍ୟ କରିଛନ୍ତି।
ଦିଗପହଣ୍ଡି ରୁ ହରି ରେଡ୍ଡୀ ଙ୍କ ରିପୋର୍ଟ ଫୋକସ ପ୍ଲସ ।