ପ୍ରେମିକାର ଗର୍ଭପାତ

ଫୋକସ ପ୍ଲସ(ବେଗୁନିଆପଡା)୧୯/୦୮/୨୦୨୨: ପ୍ରେମ, ପ୍ରେମିକା ଓ ପ୍ରେମି |ରୋମାନ୍ସ ଠିକ ଠାକ ଥିଲା |କିନ୍ତୁ ବାସ୍ତବରେ ପ୍ରେମ ଟା ସେତେବେଳକୁ ଗର୍ଭ ରେ ସାଇତା ହୋଇ ସାରିଥିଲା |ପ୍ରଥମେ ଦର୍ଶନ, ତାପରେ ଆଫେକ୍ସନ |ଆଉ ତାପରେ ମିଳନ |ଯାହାକି ଶେଷରେ,ସମ୍ପର୍କର ସେତୁବନ୍ଧ ଭିତରେ ତାହା ଗର୍ଭ ରେ ପରିଣତ ହେଲା |ଆଉ ପ୍ରେମିକ ଏହା ଜାଣିବା ପରେ ଗର୍ଭ ନଷ୍ଟ ବି କରାଇଥିଲା |ପ୍ରେମ ଓ ପ୍ରତାରଣା ଜନିତ ଏମିତି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ଖୁଣ୍ଟିଆ ତୋଟା ଗାଁ ରେ | ଜୀବନ ରୁ ଅଧିକ ଭଲ ପାଉଥିବା ପ୍ରେମିକାକୁ ଗର୍ଭବତୀ କରି ହାତ ଛାଡ଼ିଦେଲା ପ୍ରେମିକ। ଅନେକ ପ୍ରତିଶୁତି ଦେଇ ଭଲ ପାଇ ଶାରିରୀକ ସମ୍ପର୍କ ରଖିବା ପରେ ଗର୍ଭବତୀ ହେଲେ ପ୍ରେମିକା। ଆଉ ତା ପରେ ପ୍ରେମିକାଙ୍କ ହାତ ଛାଡ଼ି ଦୂରେଇ ଯାଉଛି ପ୍ରେମିକ ।ଆଉ ଏବେ ମାମଲା ଆସି ଥାନାରେ ପହଞ୍ଚିଛି। ଉକ୍ତ ଗ୍ରାମର ୨୨ ବର୍ଷୀୟା ଯୁବତୀ ଙ୍କ ସହ ଦୀର୍ଘ ୩ ବର୍ଷ ଧରି ସେହି ଗାଁର ରାଜେଶ ଶବରଙ୍କ ସହ ରହିଥିଲା ପ୍ରେମ ସମ୍ପର୍କ। ପ୍ରେମରୁ ଶାରିରୀକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଥିଲେ ପ୍ରେମିକା । ତେବେ ଏକଥା ଜାଣି ପ୍ରେମିକ ରାଜେଶ ତାଙ୍କୁ ଗର୍ଭ ନଷ୍ଟ କରିବାକୁ ଯୁବତୀଙ୍କ ବାରଣ ସତ୍ତ୍ୱେ ଗର୍ଭ ନିରୋଧକ ଔଷଧ ଦେଇଦେଲେ। ଗର୍ଭ ନଷ୍ଟ ହେଲା ପରେ ବିବାହ କରି ବାହାରକୁ ଚାଲିଯିବା କହି ମିଛ ପ୍ରତିଶ୍ରୁତି ଦେଇଥିଲେ ରାଜେଶ । ଆଉ ଏତେ ସବୁ ଘଟଣା ଘଟିବା ପରେ ଉକ୍ତ ଯୁବତୀଙ୍କୁ ଗ୍ରହଣ କରୁନି ରାଜେଶ। ଗାଁ ରେ ଘଟଣା ଜଣାଇଲେ ମଧ୍ୟ ଗ୍ରାମ୍ୟ କମିଟି ନ ଶୁଣିବାରୁ ଯୁବତୀ ତାଙ୍କ ମା ସହିତ ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଛନ୍ତି। ଯୁବତୀଙ୍କୁ ସମସ୍ତ ପ୍ରକାର ମେଡିକାଲ ଟେଷ୍ଟ କରାଯିବା ପାଇଁ ପୋଲିସ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଝିଅକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ଯୁବତୀଙ୍କ ମା | ହେଲେ ଉକ୍ତ ଯୁବତୀ ଙ୍କୁ କେବେ ନ୍ୟାୟ ମିଳିବ ତାହା ତ ସମୟ କହିବ, ହେଲେ ଏଭଳି ଘଟଣା ଘଟିବା ପୂର୍ବରୁ ଯୁବତୀ ସାବଧାନ ରହିବା ଆବଶ୍ୟକ, କାରଣ ପ୍ରେମିକ କେବେ ବି କିଛି ବି କରିପାରେ| ଯାହାକି ଏହି ଘଟଣା ରୁ ସ୍ପଷ୍ଟ ଅନୁମେୟ |

ବେଗୁନିଆପଡା ରୁ ଦେବାଶିଷ ମହାରଣା ଙ୍କ ରିପୋର୍ଟ, ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *