ଫୋକସ ପ୍ଲସ(ବ୍ୟୁରୋ)୧୯/୦୮/୨୦୨୨: ବଞ୍ଚିଲା ମାଆ କୁ ଆଣି ପୁଅ ଆଜି ମଶାଣିରେ ଶୁଆଇ ଦେଇଛି l ବୃଦ୍ଧବସ୍ଥା, ରୋଗଗ୍ରସ୍ଥ ଅବସ୍ଥା ରେ ନିଜ ଜନ୍ମ କଲା ପିଲା ହିଁ ସାହାରା ସାଜି ଥାନ୍ତି ସେବା, ଯତ୍ନ ନେଇଥାନ୍ତି l ଏହି ଅବସ୍ଥାରେ ଯେତେବେଳେ ପିଲା ହାତ ଛାଡି ଦିଏ ସେ ମାଆକୁ କେତେ ଯେ କଷ୍ଟ ହୁଏ ତାହା କେବଳ ତାକୁ ହିଁ ଜଣା l ଏମିତି ଏକ ମାଆର ଦୁଃଖ ଯାହା ଆପଙ୍କ ଆଖିରୁ ଧାର ଲୁହ ନିଗାଡ଼ି ଦେବ l ରୋଗରେ ଆକ୍ରାନ୍ତ ମାଆକୁ ସାମାଜିକ ବାସନ୍ଦ ହେବା ଧମକରେ ମଶାଣିରେ ଶୁଆଇଦେଇଛି ଜନ୍ମ କଲା ପୁଅ l
ସୁବର୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ଗ୍ରାମର ଚଞ୍ଚଳା ସାହୁ |ସ୍ୱାମୀ ସ୍ବର୍ଗତ ରାମ ସାହୁ |ଦୁଇ ପୁଅ ବହୁଙ୍କୁ ନେଇ ସଂସାର | ହଠାତ ଏକ ଅଜଣା ରୋଗ ଆସି ମାଡ଼ିବସିଲା ଚଞ୍ଚଳାଙ୍କୁ ଗୋଡ଼ରେ ଘା ହେବାକୁ ଲାଗିଲା ସେଥିରେ ପୋକ ଲାଗିଲେ l ଧୀରେ ଧୀରେ ରୋଗ ବଢିବାକୁ ଲାଗିଲା l କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଥାଏ ମାଆ l ଡାକ୍ତର ଦେଖେଇବାରୁ ଜଣା ପଡିଲା କ୍ୟାନ୍ସର ସାଙ୍ଗକୁ ମଧୁମେୟ ରୋଗ l ଗାଁ ଲୋକେ ଏହି କଥା ଜାଣିବା ପରେ ମାଆକୁ ଘରୁ ବାହାର କର ନହେଲେ ପରିବାକୁ ବାସନ୍ଦ କରିବାର ଧମକ ଦେଲେ l ଉପାୟ ଶୂନ୍ୟ ହୋଇ ପୁଅ ଆଣି ମାଆକୁ ମଶାଣିରେ ଜରି ବନ୍ଧା କୁଡ଼ିଆ ଘରେ ବଞ୍ଚି ଥାଉ ଥାଉ ଶୁଆଇଦେଲା l ବନ୍ୟା ସମୟରେ ଆତଙ୍କିତ ଲୋକେ ଥିବା ସମୟରେ lମାଳ ମାଳ ବୁଲୁଛଞ୍ଚି ବିଷଧର ସାପ l ଶବ ପୋଡା ପାଉଁଶ ସାଙ୍ଗକୁ ଅଧା ପୋଡା କାଠ କି ଦିନ କି ରାତି ସେମିତି ୨ ମାସ ହେବ ସୋଇ ରହିଛି ମାଆ lଚିକିତ୍ସା କରାଇବା ପାଇଁ ପାଖରେ ନାହିଁ ଅର୍ଥ lବିଡ଼ିଓ ଙ୍କୁ ପଚାରିବାରୁ କହୁଛନ୍ତି ଆଗରୁ ଏ ବିଷୟରେ ଜାଣି ନଥିଲେ l ତେବେ ବର୍ତ୍ତମାନ ଚିକିତ୍ସା ପାଇଁ ପ୍ରତିଶୃତି ଦେଇଛନ୍ତି l ଏଠି ଏକ ବଡ ପ୍ରଶ୍ନ, ସମାଜର ଏ ବ୍ୟବସ୍ଥା ସତରେ କଣ କେବେ ପରିବର୍ତ୍ତନ ହେବନି ?
ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |