୨୧ ବର୍ଷୀୟ ଯୁବତୀଙ୍କ ନିର୍ଦେଶରେ ନାବାଳିକାଙ୍କୁ ଗଣ ବଳତ୍କାର

ଫୋକସ ପ୍ଲସ(ବ୍ୟୁରୋ)୧୯/୦୮/୨୦୨୨: ମୁମ୍ବାଇର ଭିରାର ପଶ୍ଚିମ ଅଞ୍ଚଳରେ ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି |ବଳତ୍କାର ଦୃଶ୍ୟ ଦେଖିବା ପାଇଁ 21 ବର୍ଷୀୟ ଯୁବତୀ ବନ୍ଧୁଙ୍କ ନିର୍ଦ୍ଦେଶରେ ଜଣେ ନାବାଳିକାକୁ ତାଙ୍କର ତିନିଜଣ ପୁରୁଷ ବନ୍ଧୁ ଗଣଦୁଷ୍କର୍ମ କରିଥିଲେ ।ଅଗଷ୍ଟ 17 ବୁଧବାର ଦିନ ମୁମ୍ବାଇର ଭିରାର ପଶ୍ଚିମ ଅଞ୍ଚଳରେ ଘଟିଛି ଏଭଳି ଘଟଣା |

ଏହି ଘଟଣାଟି ଘଟିଥିଲା, ୧୬ ତାରିଖ ମଙ୍ଗଳବାର ଦିନ ପ୍ରାୟ ସନ୍ଧ୍ୟା 7 ଟା ସମୟରେ ପୀଡିତା ଜଣକ ମୋବାଇଲ୍ ଫୋନ୍ ମରାମତି କରିବାକୁ ତାଙ୍କ ଘର ନିକଟରେ ଥିବା ଏକ ଦୋକାନକୁ ଯାଇଥିଲେ, ସେଠାରେ ସେ ତାଙ୍କର 21 ବର୍ଷୀୟ ଯୁବତୀ ବନ୍ଧୁଙ୍କୁ ଭେଟିଥିଲେ, ଯିଏ ତାଙ୍କୁ ବୁଲିବାକୁ ନେଇଯାଇଥିଲେ ।

ଯୁବତୀ ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ତା’ର ତିନିଜଣ ପୁରୁଷ ବନ୍ଧୁଙ୍କୁ ଡାକିଥିଲେ । ସେମାନେ ମଧ୍ୟରାତ୍ରିରେ ନାବାଳିକାଙ୍କୁ ଆଗାମୀ ଗଣେଶ ମହୋତ୍ସବ ପାଇଁ ସ୍ଥାପିତ ଏକ ପାଣ୍ଡାଲ୍ ପଛପଟକୁ ନେଇ ଯାଇଥିଲେ ଏବଂ ତାଙ୍କୁ ବନ୍ଦୀ କରି ରଖିଥିଲେ।ନାବାଳିକାଙ୍କୁ ଯୁବତୀ ଜଣକ ଧମକ ଦେଇ ତାଙ୍କୁ ଜଣେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ |ଏବଂ ତାଙ୍କୁ ମାଡ ମାରି ତଳେ ପକାଇ ଦେଇଥିଲେ। ପରେ ଜଣକ ପରେ ଜଣେ ନାବାଳିକାଙ୍କୁ ବଳତ୍କାର କରିଥିଲେ | ନାବାଳିକାଙ୍କୁ ଯୌନ ନିର୍ଯାତନାର ଦୃଶ୍ୟକୁ ଯୁବତୀ ନିଜ ଆଖୀରେ ଦେଖୁଥିଲେ | ବୁଧବାର ସକାଳେ ସେମାନେ ପୀଡିତାଙ୍କୁ ତାଙ୍କ ଘର ନିକଟରେ ଛାଡି ଚାଲିଯାଇଥିଲେ।

ପୀଡିତା ଘରେ ପହଞ୍ଚି ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ, ପରେ ପରିବାର ତାଙ୍କୁ ନେଇ ଥାନାରେ ଏକ ଏତଲା ଦେଇଥିଲେ |ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ମୋବାଇଲ ଟ୍ରାକ କରିଥିଲା |ଯୁବତୀଙ୍କ ସହ ୩ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା |ପୁରୁଷ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କଲେଜ ଛାତ୍ର ହୋଇଥିବା ବେଳେ ଅନ୍ୟ ଜଣେ ପନିପରିବା ବିକ୍ରେତା, ଉଭୟ ବିରର ବାସିନ୍ଦା। ତିନି ଘଣ୍ଟା ମଧ୍ୟରେ ସେମାନଙ୍କୁ ଗିରଫ କରାଯାଇଥିଲା।ତୃତୀୟ ପୁରୁଷ ଅଭିଯୁକ୍ତଙ୍କ ପାଇଁ ଏକ ସର୍ଚ୍ଚ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *