ଶିକ୍ଷା ବ୍ୟବସ୍ଥା ର ଅସଲ ଚିତ୍ର

ଫୋକସ ପ୍ଲସ(ନୟାଗଡ)୧୯/୦୮/୨୦୨୨: ଆଦିବାସୀ ଙ୍କ ଅଭିଯୋଗ ଆମେ କଣ?କନ୍ଧ ବୋଲି ଏ ସରକାର କନ୍ଧ ନାଁ ଅନ୍ଧ ହୋଇଗଲେ ଏ ସରକାର |ଏ କଥା ଆମେ କହୁନୁ ଟିକେ ଶୁଣି ନିଅନ୍ତୁ ଏ ରିପୋର୍ଟରେ କଣ କହୁଛନ୍ତି ଆଦିବାସୀ ଅଞ୍ଚଳ ଭଣ୍ଡାରିବାରୀ ଓ ଡେଙ୍ଗାବାରୀ ଗ୍ରାମର ଘଞ୍ଚ ଜଙ୍ଗଲ ଭିତରେ ନିଜ ଜୀବନ ଙ୍କୁ ବାଜି ଲଗାଇ ପାଠ ପଢିବାକୁ ଆସୁଥିବା ପିଲାମାନେ ଏବଂ ଗ୍ରାମବାସୀ |ଶୁଣିଲେ ତ କଣ କହିଲେ ଆଦିବାସୀ ଅଞ୍ଚଳ ଭଣ୍ଡାରିବାରୀ ଓ ଡେଙ୍ଗାବାରୀ ଗ୍ରାମର ଗ୍ରାମବାସୀ ସହ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀ |ଆମକୁ ଅଭିଯୋଗ ହେବା ପରେ ଆମ ନୟାଗଡ଼ ବିରୋ ଚିଫ୍ ରିପୋର୍ଟ ର ବିରଞ୍ଚି ନାରାୟଣ ବେହେରା ପହଂଚି ଥିଲେ ଆଧିବାସୀ ଅଧୁଷିତ ଅଞ୍ଚଳ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର ଭଣ୍ଡାରିବାରୀ ଓ ଡେଙ୍ଗାବାରି ଗ୍ରାମକୁ ଆରମ୍ଭ କରିଥିଲେ ଅଭିଯାନ |ଅଭିଯାନ ରେ ସାମିଲୀ ଥିଲେ ଆମ ରିପୋର୍ଟର ସହ ତାଙ୍କ ସହଯୋଗୀ ଦିବ୍ୟରଞ୍ଜନ ନାୟକ|ଗ୍ରାମରେ ପହଁଚିଲା ବେଳେ କୁ କୋଉଠି ଆମ ପ୍ରତିନିଧି ଙ୍କୁ ବଡ଼ ବଡ଼ ପଥର ପ୍ରତିରୋଧ କରୁଥିବା ବେଳେ କୋଉଠି ବଡ଼ ବଡ଼ ଖାଲ ପ୍ରତିରୋଧ କରୁଥିଲା ଆମ ପ୍ରତିନିଧି ଙ୍କୁ |କିଛି ବାଟ ଗଲା ପରେ କିଛି ଲୋକ ହାତରେ ଅସ୍ତ୍ର ଶସ୍ତ୍ର ସହ ପିଲା ଙ୍କୁ ନେଇ ସ୍କୁଲ କୁ ଛାଡିବାକୁ ଆସୁଥିବା ର ଦୃଶ୍ୟ ସାମ୍ନା କୁ ଆସିଥିଲା |ଆମ ରିପୋର୍ଟର ସଙ୍ଗେ ସଙ୍ଗେ ସେହି ଦୃଶ୍ୟ କୁ ନିଜ କ୍ୟାମେରା ରେ ରେକର୍ଡ଼ କରିବା ସହ ଘଟଣା ବିଷୟରେ ପଚାରି ବୁଝିଥିଲେ |ଏ ଘଟଣା ପରେ ଏବେ ବିବାଦ ରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ସହ ରାଜ୍ୟ ସରକାର |ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଓ ଆଦିବାସୀ ଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାମଞ୍ଚଳ ରେ ଶିକ୍ଷା ଓ ଗମନାଗମନ ର ବିକାଶ କଣ? ହୋଇଛି ତାହା ଆପଣଙ୍କ ଆଖି ସାମ୍ନାରେ |ସବୁଠାରୁ ବଡ଼ କଥା ହେଉଛି ଏହି ଅଞ୍ଚଳ ର ସ୍କୁଲ ଟି ସରକାର ଭାଙ୍ଗି ଦେଇଛନ୍ତି କରଣ ଗମନାଗମନ ର ଅସୁବିଧା ପାଇଁ ସ୍କୁଲ କୁ ଶିକ୍ଷକ ନଆସିବାରୁ ସ୍କୁଲ ଘର ଟି ଅବ୍ୟବସ୍ଥା ରେ ପଡ଼ିଥିବା ଅଭିଯୋଗ ହୋଇଛି |ସୂଚନା ଥାଉ କି ଏହି ୨ ଖଣ୍ଡ ଗ୍ରାମରେ ପ୍ରାୟ ୪୫ ପରିବାର ବସବାସ କରୁଥିବା ବେଳେ ଗ୍ରାମର ପିଲାମାନେ ବାହାରେ କିଛି ସମ୍ପର୍କୀୟ ଙ୍କ ଘରେ ରହି ପାଠ ପଢ଼ୁଥିବା ଅଭିଯୋଗ ହୋଇଛି |ଏପଟେ କିଛି ଗ୍ରାମବାସୀ ଙ୍କ କହିବା କଥା ଆମେ ପ୍ରତେକ ଦିନ ୧୫ ଜଣ ପିଲାଙ୍କୁ ନେଇ ପାଳି କରି ଗ୍ରାମରୁ ୨ ଜଣ ଲେଖାଏଁ କାପ୍ତାପଲ୍ଲୀ ସ୍କୁଲ କୁ ଛାଡିବାକୁ ଯାଉଛୁ |ତେବେ ଦେଖିବାକୁ ଅପେକ୍ଷା କେବେ ହେଉଛି ଏ ସମସ୍ୟାର ସମାଧାନ |

ନୟାଗଡ ଜିଲ୍ଲା ନୂଆଗାଁ ରୁ ବିରଞ୍ଚି ନାରାୟଣ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *