ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇ ଗୁରୁତର

ଫୋକସ ପ୍ଲସ(ଦଶମନ୍ତପୁର)୧୯/୦୮/୨୦୨୨: ସ୍ଥାନୀୟ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚଣା ବାଡ ପଞ୍ଚାୟତ ଅଧିନସ୍ଥ ଲତା ପୁଟ ଗାଁ ଛକ ନିକଟରେ ଆଜି ଦିନ ଦ୍ବିପହରରେ କମାଣ୍ଡର ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବାଇକ୍ ରେ ବସି ଥିବା ୩ ଜଣ ବାପା ପୁଅ ଛିଟିକି ତଳେ ପଡି ଗୁରୁତର ଆହତ ହୋଇ ଥିବା ଜଣାପଡ଼ିଛି। ସେମାନେ ହେଲେ ସେହି ପଞ୍ଚାୟତ ଅଧିନସ୍ଥ କିଟେସ୍ ଗାଁ ର ରାଜା ବେନ୍ୟା (୨୫) କର୍ଣ୍ଣ ବେନ୍ୟା (୬୦) ଓ ସମିର ବେନ୍ୟା (୨୩) ବୋଲି ଗ୍ରାମବାସୀ ପକ୍ଷରୁ ଜଣାପଡିଛି। ସେପଟେ ଘଟଣା କୁ ନେଇ ଦଶମନ୍ତପୁର ପୋଲିସ ଥାନା ରେ ପ୍ରତ୍ୟକ୍ଷ ଦର୍ଶୀ ମାନେ ଫୋନ୍ କରି ଜଣାଇ ଥିଲେ। ଏଥିରେ ଥାନା ଅଧିକାରୀ ବିଜୟ ରାଜ୍ ମାଝୀ ଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ଥ ଉଭୟ ୩ ଜଣ ବ୍ୟକ୍ତି ଙ୍କୁ ପୋଲିସ ସହଯୋଗରେ ପ୍ରତ୍ୟକ୍ଷଦର୍ଶି ମାନେ ଉପସ୍ଥିତ ରହି ଦଶମନ୍ତପୁର ଡାକ୍ତରଖାନା ରେ ନେଇ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇ ଥିଲେ। ହେଲେ ରାଜା ଓ କର୍ଣ୍ଣ ର ସ୍ବାସ୍ଥ୍ୟ ବସ୍ଥା ସଙ୍କଟାପନ୍ନ ଥିବା ରୁ ତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ କଲେଜ୍ ଓ ହସପିଟାଲ ରେ ସ୍ଥାନାନ୍ତରିତ କରାଯାଇ ଥିଲା। କୋରାପୁଟ ଡାକ୍ତରଖାନା ରେ ଚିକିତ୍ସା ଧିନ ବସ୍ଥା ରେ ରାଜା ବେନ୍ୟା ଙ୍କ ମୃତ୍ୟୁ ହୋଇଥିବା ଡକ୍ଟର ମୃତ ଘୋଷଣା କରିଥିଲେ। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ସେ ପୁଣି କହିଛନ୍ତି ଯେ ଆଜି ଦିନ ଦ୍ବିପହରରେ ମୃତ ରାଜା ଙ୍କ ବାପା ଓ ଦାଦା ପୁଅ ସମୀର ସହିତ ଏକ ବାଇକ୍ ଯୋଗେ ଦଶମନ୍ତପୁର ସାପ୍ତାହିକ ହାଟ ଅଭିମୁଖେ ଯାଉଥିଲେ। ହେଲେ ବିପରିତ ଦିଗରୁ ଓ ଆର୍ ୧୫ ଡି, ୫୯୧୯ ନମ୍ବର ଏକ କମାଣ୍ଡର ଦୃତ ଗତିରେ ଆସି ଧକ୍କା ଦେଇ ଥିବା କୁହାଯାଇଛି। ଅନ୍ୟ ପକ୍ଷରେ ଯୁବକ ଙ୍କ ମୃତ୍ୟୁ କୁ ନେଇ ଗାଁ ରେ ଶୋକର ଛାୟା ଖେଳିଯାଇଛି।

ଦଶମନ୍ତପୁର ବ୍ଲକ ରୁ ହାବିଲ ଡଙ୍ଗ୍ରି ଙ୍କ ରିପୋର୍ଟ ଫୋକସ ପ୍ଳୋସ

Leave a Reply

Your email address will not be published. Required fields are marked *