ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ଗଣ ଧାରଣା

ଫୋକସ ପ୍ଲସ(ଟାଙ୍ଗୀ)୨୦/୦୮/୨୦୨୨: କଟକ ଜିଲ୍ଲା ଟାଙ୍ଗୀ ଥାନା ଅଧିନ ଭଟିମୁଣ୍ଡା ଗ୍ରାମ ପଂଚାୟତ ସମୁଖରେ ସେଇ ପଞ୍ଚାୟତର ସାରଙ୍ଗା ଗ୍ରାମର ହରି ବେହେରାଙ୍କ ପ୍ରତି ହୋଇଥିବା ଅନ୍ୟାୟ (ଚଞ୍ଚକତା)ବିରୁଦ୍ଧରେ ତଦନ୍ତ ଦାବି କରି ନ୍ୟାୟ ପ୍ରଦାନ ନିମନ୍ତେ ଓଡିଶା ସରକାରଙ୍କ ଉଦେଶ୍ୟରେ ଗଣଧାରଣା ଦେଇଛନ୍ତି । ଧାରଣାରେ ସ୍ତ୍ରୀ ଓ ଝିଅ ଉପସ୍ଥିତ ଥିଲେ ।ସୂଚନା ଥାଉକି ହରି ବେହେରା ଗତ ୩ଜାନୁୟାରୀ ୨୦୨୧ରେ ତାଙ୍କ ଝିଅ ଙ୍କର ସ୍ତ୍ରୀ ରୋଗରେ ପୀଡିତ ହୋଇ ସ୍ୱାସ୍ଥ୍ୟ ଖରାପ ହୋଇପଡ଼ିଥିଲେ । ସେଥିପାଇଁ ଝିଅର ଚିକିତ୍ସା ପାଇଁ ଡାକ୍ତର ୩୦ହଜାର ଟଙ୍କା ଆବଶ୍ୟକ ଅଛି କହିବାରୁ ସ୍ଥାନୀୟ ନଳେଇଭଉଁରା ଠାକୁରାଣୀ କମିଟି ସମ୍ପାଦକ ତଥା ତାଙ୍କ ପଡିଶା ପର୍ଶୁରାମ ମଙ୍ଗରାଜଙ୍କ ନିକଟକୁ ଆର୍ଥିକ ସାହାଯ୍ୟ ପାଇଁ ଯାଇ ଗାଁ ଠାକୁରାଣୀ ଫଣ୍ଡରୁ ଟଙ୍କା ମାଗିଥିଲେ ।ଏତେ ଗୁଡା ଟଙ୍କା ଖାଲି ହାତରେ ଦେଇ ହେବ ନାହିଁ ଯଦି ଆପଣ କୌଣସି ବନ୍ଧକ ରଖିବେ ତାହେଲେ ଏହି ଅର୍ଥ ଦିଆଯାଇ ପାରିବ ବୋଲି ପର୍ଶୁରାମ କହିଥିଲେ ।ତାପରେ ହରି ବେହେରା ତାଙ୍କ ବାପାଙ୍କ ନାମରେ ଥିବା ଘରଡିହ ପଟ୍ଟା ବନ୍ଧକ ରଖି ତିନି କିସ୍ତିରେ ୩୦ ହଜାର ଟଙ୍କା ନେଇଥିଲେ । ଦୁଇ ମାସ ପରେ ପର୍ଶୁରାମ ହରି ବେହେରାଙ୍କୁ ଘରକୁ ଡକାଇ ପ୍ରସ୍ତାବ ଦେଇଥିଲେ କି ତମର ଉକ୍ତ ପଟ୍ଟାଟି ତମ ବାପା ସ୍ବର୍ଗତ ବାବାଜୀ ବେହେରାଙ୍କ ନାମରେ ଅଛି ତାକୁ ସଂଶୋଧନ କରି ନିଜ ନାମରେ କରି ନିଅନ୍ତୁ । ଉଭୟ ମଧ୍ୟରେ ସୁସମ୍ପର୍କ ଥିବାରୁ ହରି ବେହେରା ଉକ୍ତ ପ୍ରସ୍ତାବରେ ରାଜି ହୋଇ ପର୍ଶୁରାମଙ୍କ ସାଥିରେ ପଟ୍ଟା ସଂଶୋଧନ ପାଇଁ ଜଗତପୁର ତହସିଲ 13-4-21ଅଫିସ ଯାଇ କାଗଜ ପତ୍ର ଦାଖଲ କରିଥିଲେ । ହରି ବେହେରା ଚଳିତ ବର୍ଷ ଜୁନ ମାସରେ ସାହି ପଡିଶାଙ୍କ ନିକଟରୁ ଶୁଣିବାକୁ ପାଇଥିଲେ କି ମୋ ଘରଡିହ ଠାଁକୁରାଣୀଙ୍କୁ ଦାନ କରି ଦେଇଛି । ଏ ନେଇ ସେ ପର୍ଶୁରାମଙ୍କ ଘରକୁ ଯାଇ ଦାନ ଦେଇଥିବା କଥା ପଚାରିବାରୁ ସେ ମୋତେ ଯଥା ଶୀଘ୍ର ଘର ଖାଲି କରି ପଳେଇବା ପାଇଁ କହିଥିଲେ । ଏହା ପରେ ସେ ଅନୁଭବ କରିଥିଲେ କି ମୋ ଝିଅ ଦେହ ଖରାପ ସମୟରେ ମୁଁ ପାଠ ନ ପଢି ଥିବା କାରଣରୁ ପର୍ଶୁରାମ ତାଙ୍କ ନିକଟରୁ ପଟ୍ଟା ସଂଶୋଧନ ନାମରେ ତାଙ୍କ ବାପାଙ୍କ ନାମରେ ଥିବା ଦୁଇ ଡ଼ିସିମିଲ ଘରଡିହ ଏବଂ ଇନ୍ଦିରା ଆବାସ (ଅସମ୍ପୂର୍ଣ୍ଣ) ଘରକୁ ନିଜ ନାମରେ କରି ନେଇଛନ୍ତି । ଚଳିତ ବର୍ଷ ୧ଅଗଷ୍ଟରେ ହରିହର ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ପର୍ଶୁରାମ ଏହାକୁ ଖଣ୍ଡନ କରିବା ସହ କହିଛନ୍ତି, ମୁଁ ଏକ ଲକ୍ଷ ଚାଳିଶ ହଜାର ଟଙ୍କା ଦେଇ ଉକ୍ତ ଜାଗାକୁ କିଣିଛି ଗାଁର କିଛି କୁଚକ୍ରୀ ଗୋଷ୍ଠୀ ମୋ ଠାରୁ ଅର୍ଥ ଆଦାୟ ଆଶାରେ ଏପରି କରୁଛନ୍ତି ।ଏ କଥାରେ କୌଣସି ସତ୍ୟାସତ୍ୟ ନାହିଁ ।

Leave a Reply

Your email address will not be published. Required fields are marked *