ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା

ଫୋକସ ପ୍ଲସ(ପିପିଲ)୨୧/୦୮/୨୦୨୨: ବନ୍ୟାନିଷ୍କାସନ ଜଳ ରେ ଅଧା ଓଡିଶା ଉବୁ ଟୁବୁ ହେଇଥିବା ବେଳେ ଆମ ର ଟିମ୍ ଗ୍ରାଉଣ୍ଡ ଜିରୋ ର ଖବର ସଂଗ୍ରହ ପାଇଁ ଯାତ୍ରା ଆରମ୍ଭ କରିଥିବା ବେଳେ ଆମେ ପହଂଚି ଥିଲୁ ପୁରୀ ଜିଲ୍ଲା ନିମାପଡା ବ୍ଲକ ର ଧନୁଆ ନଦୀ ଦ୍ୱାରା ପ୍ରଭାବିତ ହେଇଥିବା ଧନୁଆ ପଚାୟତ ରେ ହେଲେ ପାଣି ଭିତରେ ଚାଲି କି ପଞ୍ଚାୟତର ବିଭିନ୍ନ ଗାଁ କୁ ଯାଇ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ଖବର ସଂଗ୍ରହ କରିବା ସମ୍ଭବ ପର ନଥିଲା। ସ୍ଥାନୀୟ ସରପଞ୍ଚଙ୍କ ସହଯୋଗ ରେ କ୍ଷତିଗ୍ରସ୍ତ ଗାଁ କୁ ଗୋ ଖାଦ୍ୟ ଯାଉଥିବା ଡଙ୍ଗା ରେ ଆମେ ବିପଦ ପୂର୍ଣ୍ଣ ଆରମ୍ଭ କରିଥିଲୁ। ପାଖାପାଖି ଅଧଘଣ୍ଟାର ଜଳ ଯାତ୍ରା କଲାପରେ ଆମେ ପହଂଚି ଥିଲୁ ବନ୍ୟା ବିପନ୍ନଙ୍କ ପାଖରେ ଓ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ଆମ ଆଖି ରୁ ମଧ୍ୟ ଲୁହ ଝରିଆସିଥିଲା। ପାଣି ଘେରରେ ରହିଥିବା ପରିବାର ଙ୍କ ଦୃଶ୍ୟ ଅତି ହୃଦୟ ବିଦାରକ ରହିଥିବା ବେଳେ ତାଙ୍କ ପାଖକୁ ପାଣି ସୁହ ରେ ଯିବା ସମ୍ଭବ ନଥିଲା । ବହୁ ଚେଷ୍ଟା ପରେ ଆମେ ତାଙ୍କ ପାଖରେ ପହଞ୍ଚି ଥିଲୁ।ସେପଟେ ପାଣି ଘେରରେ ରହିଥିବା ବନ୍ୟା ବିପନ୍ନ ପାଖରେ କୋୖଣସି ସରକାରୀ ସହଯୋଗ ପହଂଚି ନଥିବା ନେଇ ବିଭିନ୍ନ ଦୁର୍ଦ୍ଦଶା ର ସାମ୍ନା କରୁଥିବା ଗାଁ ବାସି କହିଥିଲେ।ଖବର ସଂଗ୍ରହ କରି ପ୍ରସାସନ ପାଖରେ ପହଞ୍ଚେଇବାର କର୍ତ୍ତବ୍ୟ ସମ୍ପାଦନ କରୁ କରୁ ସଂଧ୍ୟା ହେଇଯାଇଥିଲା ଡଙ୍ଗା ଫେରିବା ବିପଦପୂର୍ଣ୍ଣ ହୋଇଥିବା ବେଳେ ଆମେ ଯାତ୍ରା ଆରମ୍ଭ କରିଥିଲୁ ଏବଂ ଆମ ସହ ଧନୁଆ ପଞ୍ଚାୟତର ଏକ ସାହିର ଗୋଟିଏ ପରିବାର ମଧ୍ୟ ଆମ ସହ ଆସିଥିଲେ । ଆମେ ଜାଣିବା ପାଇଁ ପାଇଥିଲି ତାଙ୍କର ପରିବାର ର ଛୋଟ ପିଲାଙ୍କ ଦେହ ସମ୍ପୂର୍ଣ୍ଣ ଅସୁସ୍ଥ ଥିବାରୁ ସେ ହସ୍ପିଟାଲ୍ ବାହାରିଥିଲେ। ହେଲେ ଡଙ୍ଗା ସୁରକ୍ଷିତ ଭାବେ ନିମାପଡ଼ା ରୋଡ଼ ର ଏକ ଯାଗାରେ ଲାଗିଥିଲା। ତାପରେ ଆମେ ଅସୁସ୍ଥ ଥିବା ପରିବାର କୁ ୧୦୮ ଯୋଗେ ମେଡିକାଲ ପଠେଇବା ପାଇଁ ଚେଷ୍ଟା କରିଥିଲୁ।ହେଲେ ୧୦୮ ସେବା ରୋଗିଙ୍କ ଥିବା ସ୍ଥାନକୁ ଆସିବା ପାଇଁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ। କାରଣ ଖେଲାର ଠାରୁ ଭୂଆ ଛକ ଯାଏ ରାସ୍ତା ରେ ପାଣି ଚାଲୁଥିଲା। ହେଲେ ସେହି ପାଣିରେ ୧୦୨ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ସମସ୍ତ ଯାନବାହାନଗୁଡିକୁ ଯାତାୟତ କରୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ର କମ୍ନୀ ମାନେ ରୋଗିଙ୍କ ପାଖରେ ପହଞ୍ଚିବା ପାଇଁ ମନାକରି ଦେଇଥିଲେ। ଆମେ ରୋଗି ଙ୍କୁ ସେ ଯାଗାରୁ ଉଦ୍ଧାର କରି ଏକ ଗାଡି ଯୋଗେ |ପାଣି ପୂର୍ବରୁ ରୁ ଠିଆ ହୋଇଥିବା ୧୦୮ ଆମ୍ବୁଲାନ୍ସ ଠାରେ ରୋଗି ଙ୍କୁ ସୁରକ୍ଷିତ ଭାବେ ପହଂଚାଇ ମେଡିକାଲ ପାଠାଇଥିଲୁ।ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ଠି ସହ ସହ ଗାଡି ସେପଟେ ପାଣିରେ ରାସ୍ତାରେ ଯାଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ସେବା କ’ଣ ପାଇଁ ଯାଇପାରିଲା ନାହିଁ। ଏହାର ବିଚାର ଆପଣ ମାନେ କରନ୍ତୁ।

ପିପିଲ ରୁ ଶ୍ରୀଧର ଅଛଆର୍ୟା ଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |

Leave a Reply

Your email address will not be published. Required fields are marked *