ବିଧାୟକଙ୍କୁ ଧନ୍ୟବାଦ ଦେଲେ ଅଞ୍ଚଳବାସୀ

ଫୋକସ ପ୍ଲସ(ଗଣିଆ ବ୍ଲକକୁ)୨୧/୦୮/୨୦୨୨: ଲଗାଣବର୍ଷା ଓ ହୀରାକୁଦ ଜଳଭଣ୍ଡାରରୁ 40 ଗୋଟି ଗେଟ ଖୋଲିବାଦ୍ଵାରା ମହାନଦୀର ଅବବାହିକରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା l ନୟାଗଡ ଜିଲ୍ଲା ଗଣିଆ ବ୍ଲକ ୫ ଗୋଟି ପଞ୍ଚାୟତର ପ୍ରାୟ ୧୫ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି l ତେବେ ଗତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରି 10 ଗୋଟି ଜିଲ୍ଲାକୁ ରିଲିଫ ଘୋଷଣା କରିଥିଲେ l 10 ଗୋଟି ଜିଲ୍ଲା ମଧ୍ୟରେ ନୟାଗଡ ଜିଲ୍ଲାର ନାମନଥିବାରୁ ଗଣିଆ ବ୍ଲକରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା l ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଗଣିଆ ବ୍ଲକର ବନ୍ୟାଞ୍ଚଳ ଗୁଡିକୁ ଗ୍ରସ୍ତକରି ସ୍ଥିତି ଅନୁଧ୍ୟାନକରି SRC ର ଦୃଷ୍ଟି ଆକର୍ଷଣ କରିଥିଲେ l ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ୭ ଦିନପାଇଁ ରିଲିଫ ଯୋଗାଇଦେବାପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ନୟାଗଡ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି l ସୂଚନା ଥାଉକି ଶନିବାର ଦିନ ଦଶପଲ୍ଲା ବିଧାୟକ ରମେଶଚନ୍ଦ୍ର ବେହେରା, ଗଣିଆ ବ୍ଲକ ଅଧକ୍ଷl ଝୁନା ଜେନା,ବିଡ଼ିଓ ସିରିଏଲ ଶୁଭ୍ର ପଟେଲ,ଜିଲ୍ଲାପରିଷଦ ସଭ୍ୟ ନରେଶ ବେହେରା, ପୂର୍ବତନ ବ୍ଲକ ଅଧକ୍ଷ ଶେଷଦେବ ସ୍ୱାଇଁ, ଉପାଧ୍ୟକ୍ଷ ରାଜକିଶୋର ସାହୁ,ବ୍ଲକ ବିଜେଡି ସଭାପତି ସଦାଶିବ ମିଶ୍ର, ସରପଞ୍ଚ ସଙ୍ଗର ସଭାପତି ମାନସ ରଞ୍ଜନ ମହାକୁଡ଼,ଗଣିଆ ସମିତିସଭ୍ୟ ଫକୀର ମୋହନ ଡାକୁଆ,ଛାମୁଣ୍ଡିଆ ସରପଞ୍ଚଙ୍କ ପ୍ରତିନିଧି ଚିତ୍ତରଞ୍ଜନ ସାମଲ, ଛାମୁଣ୍ଡିଆ ପଞ୍ଚାୟତ ବିଜେଡି ସଭାପତି ବ୍ରଜବନ୍ଧୁ ଦେହୁରୀ ପ୍ରମୁଖ ବଡସିଲିଙ୍ଗା ଓ ଛାମୁଣ୍ଡିଆ ପଞ୍ଚାୟତର ବଡମୂଳପାଟଣା, ବେଠିଆସାହି, ମୁଦୁଲିଗାଡ଼ିଆ, ମାଳିସାହି ଗ୍ରାମକୁ ଯାଇ ବନ୍ୟାରେ କ୍ଷୟକ୍ଷତି ଅନୁଧ୍ୟାନକରିବାସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l ଗଣିଆ ଠାରୁ କୁତୁରୀ ମୁଖ୍ୟରାସ୍ତାରେ ବନ୍ୟାଜଳ ପ୍ରଭାହିତ ହେଉଥିବାରୁ ବର୍ତ୍ତମାନ ସୁଦ୍ଧା କୌଣସି ଯାନବାହାନ ଯାତାୟତ ହୋଇପାରୁନାହିଁ l ଆସନ୍ତା ଦୁଇଦିନ ମଧ୍ୟରେ ରିଲିଫ ସାମଗ୍ରୀ ଯୋଗାଇଦିଆଯିବ ବୋଲି ବିଧାୟକ ବେହେରା ପ୍ରକାଶ କରିଛନ୍ତି |

ଗଣିଆ ବ୍ଲକକୁ ରୁ ସମୀର କୁମାର ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ l

Leave a Reply

Your email address will not be published. Required fields are marked *