ଜଳ ବନ୍ଦିରେ ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ

ଫୋକସ ପ୍ଲସ(ନର୍ଲା)୨୧/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସର ଭିତରେ ପାଣି ପଶି ଯିବା ଫଳରେ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଇଛି l ଶୁକ୍ରବାର ସନ୍ଧ୍ୟା ସମୟରୁ ଲଘୁଚାପ ଜନିତ ବର୍ଷା ଲାଗି ରହିବା ଫଳରେ ଶନିବାର ସକାଳେ ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସର ଭିତରେ ପାଣି ଭରି ପୋଖୋରୀ ସଦୃଶ ହେଇ ପଡ଼ିଥିଲା l ସ୍କୁଲ ଭିତରକୁ ରାସ୍ତାର ମଇଳା ପାଣି ସହ ଡ୍ରେନ ପାଣି ମଧ୍ୟ ମାଡ଼ି ଆସୁଛି l ଅଧିକା ବର୍ଷା ହେବା ଫଳରେ କୋଠରି ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଭରି ଯାଉଛି l ରାସ୍ତା ର ବର୍ଷା ପାଣି କେନାଲ ଭଳି ସ୍କୁଲ ଶ୍ରେଣୀ ଗୃହ ଭିତରକୁ ପ୍ରବେଶ କରୁଛି l ପାଣି ଭରି ଯିବା ଫଳରେ ସ୍କୁଲ ର ପ୍ରଧାନ ଶିକ୍ଷକ ନିର୍ମଳ ବାରିକ ସ୍କୁଲ ଛୁଟି କରିବାକୁ ବାଧ୍ୟ ହେଇଥିଲେ l ପ୍ରକାଶ ଯୋଗ୍ୟ ଯେ ଉକ୍ତ ସ୍କୁଲ ୧୮୯୦ ମସିହାରୁ ନିର୍ମାଣ କରାଯାଇଥିବା ବେଳେ ସ୍କୁଲ ଟି ଅତି ପୁରୁଣା ହୋଇ ପଡ଼ିଲାଣି l ନୂଆ କୋଠା ଗୃହ ନିର୍ମାଣ ପାଇଁ ନର୍ଲା ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଅନେକ ଥର ସ୍କୁଲ କତୃପକ୍ଷ ଜଣେଇ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦେକ୍ଷପ ଗ୍ରହଣ କରା ଯାଇ ନ ଥିବା ଜଣାପଡିଛି l l ସ୍କୁଲ ରେ ୬୮ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ପାଠ ପଢ଼ାଉଛନ୍ତି l ପ୍ରଧାନ ଶିକ୍ଷକ କହିବା ଅନୁଯାୟୀ ଡ୍ରେନେଜ ର ବ୍ୟବସ୍ଥା କରାଯାଇ ନଥିବା କାରଣରୁ ସ୍କୁଲ ଭିତରକୁ ପାଣି ପସି ଯାଉଛି lସ୍କୁଲ ର ପ୍ରଧାନ ଶିକ୍ଷକ ନିର୍ମଳ ବାରିକ ଶୁକ୍ରବାର ଦିନ ନର୍ଲା ସରପଞ୍ଚ ତନୁଜା ହରପାଲ ଙ୍କୁ ସ୍କୁଲ ର ସମସ୍ୟା ବାବଦରେ ଅବଗତ କରାଇଥିଲେ l ଏବଂ ସରପଞ୍ଚ ମଧ୍ୟ ସ୍କୁଲ କତୃପକ୍ଷଙ୍କୁ ଏହାର ସ୍ଥାୟୀ ସମାଧାନ ସିଘ୍ର କାରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ପ୍ରଧାନ ଶିକ୍ଷକ କହିବା ଅନୁଯାୟୀ ଡ୍ରେନେଜ ର ବ୍ୟବସ୍ଥା କରାଯାଇଥିବା କାରଣରୁ ସ୍କୁଲ ଭିତରକୁ ପାଣି ପସି ଯାଉଛି l

Leave a Reply

Your email address will not be published. Required fields are marked *