ଫୋକସ ପ୍ଲସ(କୋଟଗଡ଼)୨୧/୦୮/୨୦୨୨: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକରେ ଲାଗି ରହିଛି ଲଗାଣ ବର୍ଷା ।ଯାହା ଫଳରେ ବହୁ କ୍ଷୟ କ୍ଷତି ଦେଖିବାକୁ ମିଳିଛି ।କଉଠି ଜଳସ୍ତର ବଢୁଛି ତ କଉଠି ନଦୀ ନାଳ ଫୁଲି ଯାଇଛି,କଉଠି ପୋଲ ଉପରେ ପାଣି ବଢି ଗମନାଗମନ ବିଛିନ୍ନ ତ କଉଠି ପୁଣି ପୋଲ ଭାଙ୍ଗି ଯାଇଥିବା ନଜରରେ ଆସିଛି ।ଏହିପରି ଘଟଣା କୋଟଗଡ଼ ବ୍ଲକର ପାରିଗଡ଼ ପଞ୍ଚାୟତର ବୁଦୁରକାମ୍ବାର ପୋଲ ଭାଙ୍ଗି ଯାଇ ଗମନାଗମନ ପୁରା ବିଛିନ୍ନ ହୋଇଯାଇଥିବା ଦେଖିବାକୁ ମିଳିଛି।ଏହି ମୁଖ୍ୟ ରାସ୍ତା ଦେଇ ପାରିଗଡ଼ ଗ୍ରାମପଞ୍ଚାୟତର ଲୋକ କୋଟଗଡ ମୁଖ୍ୟାଳୟକୁ ଆସିଥାନ୍ତି । ଏବେ ପୋଲ ଭାଙ୍ଗି ଗଲାପରେ ଅଞ୍ଚଳବାସୀ ବହୁସୁବିଧାର ସମ୍ମୁଖୀନ ହଉଛନ୍ତି । ଏହି ଘଟଣା ପୁରା ପଞ୍ଚାୟତ ବାସୀଙ୍କୁ ଚିନ୍ତାରେ ପକେଇ ଦେଇଛି କାରଣ ଶିକ୍ଷା ପାଇ,ସ୍ବାସ୍ଥ୍ୟ ପାଇ,ଦିନ ମଜୁରୀଆଙ୍କ ପାଇ ବିପର୍ଯ୍ୟୟ ସୃଷ୍ଟି ହୋଇଛି ପୋଲା ଭାଙ୍ଗିବ ଦ୍ବାରା ।ଅନେକ ଜନତା ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି ।ଏବେ ଏହାର ତୁରନ୍ତ ବିକଳ୍ପ ବାହାର ନା କଲେ ଜଣ ସାଧାରଣ ନାହିଁ ନ ଥିବା ଅସୁବିଧାର ଶିକାର ହେବେ ।ତେବେ ଏହି ପୋଲ ଭାଙ୍ଗିବା ପରେ ଚିନ୍ତାରେ ଅଞ୍ଚଳବାସୀ ଜେ କେବେ ଯାତାୟାତ ସ୍ଵାଭାବିକ ହେବ ।ଲଗାଣ ବର୍ଷା ଗତଦିନକ ମାନଙ୍କ ଠାରୁ ଆରମ୍ଭ କରି ଆଉ ଆଗକୁ କେତେ ଦିନ ଏହି ପରି ବର୍ଷିବ ଜଣା ନାହିଁ କିନ୍ତୁ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧା ହେଉଥିବା ଦେଖିବାକୁ ମିଳିଛି।ତେବେ ସରକାର ଏଥି ପ୍ରତି ତୁରନ୍ତ ବିକଳ୍ପ ବ୍ୟବସ୍ଥା କଲେ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି ।