ସମସ୍ୟା ଦେଇ ଗତିକରୁଛନ୍ତି ମାଲ ବାହି ଟ୍ରେନଚାଳକ

ଫୋକସ ପ୍ଲସ(ଯାଜପୁର)୨୨/୦୮/୨୦୨୨: ଯାଜପୁର ରୋଡ ଯଖପୁରା ମାଲ ବାହି ରେଳ ଚାଳକଙ୍କ ଏକ ବୈଠକ ଯାଜପୁର କେନ୍ଦୁଝର ରୋଡ ରେଳବାଇ ଷ୍ଟେସନ ନିକଟସ୍ଥ ଉତ୍ସବ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇ ଯାଇଛି l ସାରା ଭାରତ ଦେଶରେ ରେଳ ଚଳାଉ ଥିବା କର୍ମଚାରୀଙ୍କ କିଛି ନିର୍ଦିଷ୍ଟ ସମସ୍ୟା ରହିଛି l ଯେଉଁ ସମସ୍ୟା ର ସମାଧାନ ପୂର୍ବକ ସେମାନେ ଏକ ଅଖିଳ ଭାରତୀୟ ମାଲ ପରିବାହି ରେଳ ଚାଳକ ସଙ୍ଘ (All India loco running staff association)(AILRSA) ଗଠନ କରିଛନ୍ତି l ସେହି ପରିପେକ୍ଷୀରେ ଆଜି ଯଖପୁରା ବ୍ରାଞ୍ଚ ର ଏକ ବୈଠକ ହୋଇଥିଲା l ଯେଉ ଥିରେ ତାଙ୍କର ସମସ୍ୟା ଗୁଡିକୁ ଆଲୋଚନା କରାଯାଇଥିଲା l ଯାହା କି ପେନଶନ ଲାଗୁକରିବା,ଆବଶ୍ୟକ ରୁ ଅଧିକା ସମୟ କର୍ମରେ ନିଯୁକ୍ତି କରିବା, ମାଲବାହି ଟ୍ରେନ ରେ ଯିବା ସମୟରେ ତାଙ୍କୁ ସୁରକ୍ଷା କର୍ମୀ ଯୋଗାଇଦେବା ଓ ରହିବା ପାଇଁ ଉପଯୁକ୍ତ ସ୍ଥାନ ଆଦି ଯୋଗାଇ ଦେବା ଦାବିରେ ଆଲୋଚନା ହୋଇଥିଲା l ଯଦି ଆଗାମୀ ଦିନରେ ଏହି ସମସ୍ୟା ର ସମାଧାନ ନ ହୁଏ ତେବେ ଚକା ଯାମ ଆନ୍ଦୋଳନ କରାଯିବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି l

ଯାଜପୁର,ରୋଡ ରୁ ପଦ୍ମଲୋଚନ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *