ବିପୁଳ ପରିମାଣର ଗୁଟଖା ଜବାତ

ଫୋକସ ପ୍ଲସ(ବ୍ରହ୍ମପୁର)୨୪/୦୮/୨୦୨୨: ବ୍ରହ୍ମପୁର ସଦର ଥାନା ପୋଲିସ ପକ୍ଷରୁ ବେଆଇନ ଗୁଟଖା ଫେକ୍ଟ୍ରି ଉପରେ ରେଡ। 32ବସ୍ତା ଡିଲକ୍ସ ମିକ୍ସ ଓ ହରିଡ଼ାଖଣ୍ଡି ନାଁରେ ଗୁଟଖା ଓ ପାନ୍ମ ମସଲା କରି ବିକ୍ରି କରୁଥିଲେ। ଏଥି ସହ ବହୁ ପରିମାଣରେ ମସଲା ସାମଗ୍ରୀ ଗୁଟଖାରେ ବ୍ୟବହାର ପାଇ ମହଜୁଦ ରହିଥିଲା ତାହାକୁ ମଧ୍ୟ ଜବତ୍ କରିଛି। ଦୁଇ ଅଟକ ହେଲେ କାଲୁ ପାତ୍ର ସାହି ଅଞ୍ଚଳ ର କୈଳାସ ସାହୁ ଓ ଶଙ୍କର ସାହୁ।ଏମାନେ ପୂର୍ବରୁ ବଡ ବଜାର ଇଲାକାରେ ଏଭଳି ଗୁଟଖା ବ୍ୟବସାୟ କରୁଥିଲେ। ପୋଲିସ ବାରମ୍ବାର ରେଡ ପରେ ସହର ଉପକଣ୍ଠରେ ଘର ଭଡ଼ା ନେଇ ଏହି ବ୍ୟବସାୟ ଚଳାଇଛନ୍ତି। ଏହି ଦୁଇଜଣ ପୂର୍ବରୁ ଏକ ଗୁଟଖା ଫେକଟ୍ରିରେ କାମ କରୁଥିଲେ। ସେହି ଫେକ୍ଟ୍ରୀ ରେଡ ପରେ ଏମାନେ ଏବେ ନିଜେ ଏକ ଚୋରାରେ ଫେକ୍ଟରି ଖୋଲି ବ୍ୟବସାୟ କରୁଥିଲେ।ଜବତ୍ ଗୁଟଖା ର ଦାମ 20ଲକ୍ଷ ଟଙ୍କାରୁ ଅଧିକ ହେବ।

ବ୍ରହ୍ମପୁର ରୁ କାଳୀ ପ୍ରସାଦ ରଥ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *