ଫୋକସ ପ୍ଲସ(ମାହାଙ୍ଗ)୨୪/୦୮/୨୦୨୨: ପ୍ରଥମ ପୂଜ୍ୟ ଗଜାନନ ଧରା ପୃଷ୍ଠାରେ ଅବତରଣ କରିବା ପାଇଁ ଆସୁଛନ୍ତି l ବିଭିନ୍ନ ପୂଜା ଅନୁଷ୍ଠାନରେ ଦେଖିବାକୁ ମିଳିଛି ଉତ୍ସବ ମୁଖରିତ l ଆନନ୍ଦିତ ପୂରପଲ୍ଲୀ l ସ୍କୁଲ, କଲେଜ ଓ ବିଭିନ୍ନ ସେବା ସଂଗଠନରେ ଆରମ୍ଭ ହେଲାଣି ପୂଜାପାଇଁ ପ୍ରସ୍ତୁତି ପର୍ବ l ଗଣପତିଙ୍କ ଏନ୍ତୁଡ଼ି ଶାଳ କୁମ୍ଭାର ପରିବାରରେ ଦେଖିବାକୁ ମିଳିଛି ଗଜାନନଙ୍କ ମୂର୍ତ୍ତି କାର୍ଯ୍ୟ l ଆମେ କହୁଛୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଳିଅଠା ପଞ୍ଚାୟତ କୋଳିଅଠା କୁମ୍ଭାର ସାହିର ମୂର୍ତ୍ତି କାରିଗରଙ୍କ କଥା l ଆମେ ଭେଟିଥିଲୁ କିଛି କାରିଗର ପରିବାରଙ୍କୁ l ପରିବାରର ସମସ୍ତ ସଦସ୍ୟ ଲାଗିପଡିଛନ୍ତି ଶେଷ ସ୍ପର୍ଶ ଦେବାରେ ମୂର୍ତ୍ତି ଗୁଡିକୁ l ଛୋଟ ଛୋଟ ମୂର୍ତ୍ତି ଗୁଡ଼ିକ ସମ୍ପୂର୍ଣ ରଙ୍ଗ ଦିଆଯାଇ ସାରିଥିବା ବେଳେ l ଏବେ ଖାଡ଼ି ରଙ୍ଗରେ ରଙ୍ଗେଈ ହେଉଛନ୍ତି ବଡ଼ ବଡ଼ ମେଢ଼ ଗୁଡ଼ିକ l ବିଭିନ୍ନ କ୍ଳବ ଓ ସହି ମେଢ଼ ଭାବରେ ବରାଦ ଦିଆଯାଇ ଥାଏ ଏହି ବଡ଼ ମୂର୍ତ୍ତି ଗୁଡ଼ିକ l ଏହି କୁମ୍ଭକାର ପରିବାର ମହିଳା ମାନେ ବି ସାହାଯ୍ୟର ହାତ ବଢ଼ାଇ ଥାନ୍ତି ଏହି ବୃତ୍ତି ଗତ କାମରେ l କାହିଁ କୋଉ କାଳରୁ ଚାଲି ଆସିଛି ଏହି କୁଳ ବେଉସା l ବଜାର ଦର ଦାମକୁ ଦେଖିଲେ କେବଳ କୁଳବେଉସାରେ ପେଟ ପୋଷିବା କଷ୍ଟକର ବେପାର ll କୁମ୍ଭାର ମାନଙ୍କ କହିବା କଥା ଏ ବୁର୍ତ୍ତି ପେସା ନୁହେଁ ନିଶା l ବିଭିନ୍ନ ପୂଜା ସମୟରେ ବିଭିନ୍ନ ଦେବା ଦେବୀଙ୍କର ମୂର୍ତ୍ତି ଗଢିବା ତାଙ୍କ କାମ l ସତରେ ବିଶ୍ୱକ୍ରମl ଏମାନେ l ମାଟିରେ ଆକୃତ୍ତି ଗଢିବା ପରେ ବିଭିନ୍ନ ରଙ୍ଗରେ ଜୀବନ୍ତ ପ୍ରତିମା ଦିଅନ୍ତି ଏମାନେ l ମହାଦେବଙ୍କ ଅତି ପ୍ରିୟ ଗଜାନନ l ବିଘ୍ନ ବିନାଶକ,ଆଶ୍ରିବାଦ କଲେ କୌଣସି ବାଧା ବିଘ୍ନ ଆସେନାହିଁ l ସେଥିପାଇଁ ତ ସେ ପ୍ରଥମ ପୂଜ୍ୟ l ଆସନ୍ତୁ ଦେଖିବା କଣ କହୁଛନ୍ତି କୁମ୍ଭକାର କାରିଗର |
ମାହାଙ୍ଗ ରୁ ହେମନ୍ତ ଦାସଙ୍କ ରିପୋର୍ଟ ଫୋକସ ପ୍ଲସ |