ବ୍ଲକରେ SHG ର ଧାରଣା

ଫୋକସ ପ୍ଲସ(ଖୋର୍ଦ୍ଧା )୨୫/୦୮/୨୦୨୨: ଖୋର୍ଦ୍ଧା ଜିଲ୍ଲାର ସୁନ୍ଦରପୁର ପଞ୍ଚାୟତରେ ସରକାରୀ ପୋଖରୀ ପୋଖରୀ ନିଲାମ ହେଲା । ଶ୍ରୀକ୍ଷେତ୍ର SHG ଉକ୍ତ ଗ୍ରାମ୍ୟ ପୋଖରୀ କୁ ୫ ବର୍ଷ ପାଇଁ ୮ ଲକ୍ଷ ୪୫ ହଜାର ଟଙ୍କା ନିଲାମ ଡାକିଥିବା ବେଳେ ବିପକ୍ଷବାଦୀ ଭାବେ ଲକ୍ଷଣ ନାୟକ SHG ଏହାକୁ ୮ ଲକ୍ଷ ୪୬ ହଜାର ଟଙ୍କା ନିଲାମ ଡାକିବା ପରେ ଏହି ଲକ୍ଷଣ ନାୟକ SHG କୁ ଉକ୍ତ ପୋଖରୀ ପ୍ରଦାନ କରାଗଲା ବୋଲି ସୁନ୍ଦରପୁର ପଞ୍ଚାୟତର ଏକ୍ସ୍ୟୁଟିଭ୍ ଅଫିସର ( PEO ) ଘୋଷଣା କରିଥିଲେ , ହେଲେ ୩ ଦିନ ବିତିଗଲା ପରେ ମଧ୍ୟ ପୋଖରୀ ନିଲାମଧାରୀ ନିର୍ଦ୍ଧାରିତ ନିଲାମ ଟଙ୍କା ପୈଠ କରୁନଥିବା ବେଳେ ଏହି ଖିଲାପଧାରୀ ଲକ୍ଷଣ ନାୟକ SHG ପ୍ରତି ବ୍ଲକ କାହିଁକି ଏତେ ଅନୁକମ୍ପା ପ୍ରଦାନ କରୁଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଏହାର ପ୍ରତିବାଦରେ ଶ୍ରୀକ୍ଷେତ୍ର SHG ବ୍ଲକ ପ୍ରଶାସନ କୁ ଏ ସମ୍ପର୍କରେ ଅବଗତ କରାଇଥିଲେ ହେଲେ ଟାଙ୍ଗୀ ବ୍ଲକ ପ୍ରଶାସନ ଏହି ନିଲାମଧାରୀ ( ଲକ୍ଷଣ ନାୟକ SHG ) ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ ଯୋଗୁଁ ଶ୍ରୀକ୍ଷେତ୍ର SHG ପକ୍ଷରୁ ସୁନ୍ଦରପୁର ପଞ୍ଚାୟତ କୁ ତାଲା ପକାଇବା ସହିତ ଟାଙ୍ଗୀ ବ୍ଲକ ରେ ଧାରଣା ଦେଇ ପ୍ରତିବାଦ କରିଥିଲେ । କ୍ୟାମେରା ଆଗରେ ଟାଙ୍ଗୀ ବିଡ଼ିଓଙ୍କ କୈ।ଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

ଖୋର୍ଦ୍ଧା ଟାଙ୍ଗି ରୁ ସୁଧୀର କୁମାର ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *