ଫୋକସ ପ୍ଲସ(ହିନ୍ଦୋଳ)୨୫/୦୮/୨୦୨୨: ସରକାର ଲକ୍ଷ ଲକ୍ଷ ବ୍ୟୟ ବରାଦରେ ଭିନ୍ନକ୍ଷମ ମାନଙ୍କ ସୁବିଧା ପାଇଁ ଭିନ୍ନକ୍ଷମ ଶିବିର କରିଥାନ୍ତି I ସେଠି କିପରି ବିଭିନ୍ନ ବର୍ଗ ର ଭିନ୍ନକ୍ଷମ ମାନେ ସୁବିଧା ସୁଯୋଗ ପାଇପାରିବେ ସବୁ ପ୍ରକାର ବ୍ୟବସ୍ଥା କରିବା ପାଇଁ ଟଙ୍କା ବ୍ୟୟ ବରାଦ ହୋଇଥାଏ I ମାତ୍ର ହିନ୍ଦୋଳ ପଞ୍ଚାୟତ ସମିତିରେ ଦେଖିବାକୁ ମିଳିଥିଲା କିଛି ଓଲଟା ଚିତ୍ର ଯାହାକି ବୟାନ କରୁଥିଲା କିଛି ଦୁର୍ନୀତି ଖୋର ଅଧିକାରୀ ଏବଂ କୁଜିନେତା ମାନେ ଶାସକ ଦଳର ନେତା ମାନଙ୍କର ପ୍ରିୟ ପାତ୍ର ହେବା ପାଇଁ 10 ମିନିଟ ଭାଷଣ ଦେବା ପାଇଁ ଉଦ୍ଦିଷ୍ଟ ଥିବା ଷ୍ଟେଜ୍ କୁ ବେଶ ଜାକଜମକରେ ସଜାଇଥିବା ବେଳେ ଭିନ୍ନକ୍ଷମ ମାନଙ୍କୁ ଖରା ବର୍ଷାରେ ଠିଆ କରାଇ ଥିବା ଦେଖିବାକୁ ମିଳିଥିଲା I ହିନ୍ଦୋଳ ପଞ୍ଚାୟତ ସମିତିରେ ଥିବା 35 ଟି ପଂଚାୟତର ଭିନ୍ନକ୍ଷମ ମାନେ ବହୁ ଦୂର ଦୁରାନ୍ତ ରୁ ଆସି ନିଜର ବିକଳାଙ୍ଗ ପ୍ରମାଣ ପତ୍ର ପାଇବା ପାଇଁ ବହୁତ ହଇରାଣ ହୋଇଥିବାର ଦେଖିବାକୁ ମିଳିଥିଲା I ସନ୍ଥକବି ଭୀମଭୋଇଙ୍କର ଏକ ପଂକ୍ତି ଅଛି-ପ୍ରାଣିଙ୍କ ଆରତ ଦଃଖ ଅପ୍ରମିତ,ଦେଖୁ ଦେଖୁ କିବା ସହୁ,ମୋ ଜୀବନ ପଛେନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ।
ଅନୁଷ୍ଠିତ ହୋଇଯାଇଛି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର। ଏହିଶିବିରରେ ହିନ୍ଦୋଳ ବ୍ଲକର ବିଭିନ୍ନ ପଞ୍ଚାୟତରୁ |ଭିନ୍ନକ୍ଷମ ମାନେ ନିଜେନିଜର କାଗଜପତ୍ର ସାଥିରେ ଧରି
ପଞ୍ଚାୟତସମିତି ପରିସରରେ ପହଞ୍ଚି ଥୂଲେ। କିନ୍ତୁ ଘୋର ଅଵ୍ୟବସ୍ଥା ମଧ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଚାଲିଥିବାର ଦେଖିବାକୁମିଳିଥିଲା।ହାତଗୋଡ ଚାଲୁନଥିବା ଅକର୍ମଣ୍ୟ ଲୋକମାନକୁ ବୋହିନେବା ଓ ବର୍ଷା ହେବା ଫଳରେ ଭିନ୍ନକ୍ଷମ ଲୋକମାନେ ଗଛମୂଳରେ ଆଶ୍ରୟ ନେଇଥିବାର ଦେଖିବାକୁ ମିଳିଥିଲା।ଭିନ୍ନକ୍ଷମ ଲୋକମାନେ
ସାର୍ଟିଫିକେଟ ଖଣ୍ଡିଏ ପାଇଁ କେତେଦୂର ରୁ ଆସୁଛନ୍ତି।କିଛି ଲୋକ କହୁଛନ୍ତି ବାରମ୍ବାର ଦୌଡିବାପରେ ମଧ୍ୟ ସାର୍ଟିଫିକେଟ |ଖଣ୍ଡିଏ ମିଳିପାରୁନାହିଁ।ଆଜିର ଏହି ଭିନ୍ନକ୍ଷମଶିବିରରେ ହିନ୍ଦୋଳ ବିଧାୟିକା,ଉପଜିଲ୍ଲାପାଳ, ତହସିଲଦାର, ବିଡିଓ, ବ୍ଲକ ଅଧ୍ୟକ୍ଷ,ବ୍ଲକ ଉପାଧ୍ୟକ୍ଷ,ଏବଂ ବ୍ଲକର ସମସ୍ତ କର୍ମଚାରୀ |ସହଯୋଗ କରୁଥିବାର ଦେଖାଯାଇଥିଲା।କିନ୍ତୁ ବଡ ଦଃଖର ବିଷୟ ମଞ୍ଚରେ ଅତିଥି ମାନେ ବସିବାପାଇଁ ମଞ୍ଚ ବେଶ ଚାକ ଚକ୍ୟ ହୋଇଥିବାବେଳେ ଲୋକମାନେ ବର୍ଷାରେ ଓଦାହେଉଥିଲେ ମଧ୍ୟ ସେଥିପ୍ରତି କୌଣସି ଅଧିକାରୀ ମାନଙ୍କର ଭୃକ୍ଷେପ ନଥିଲା। ଏଠି କଥା ଉଠେ ଯେ ସରକାର ଯେଉଁ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହା ନେତା ମାନଙ୍କ ଭାଷଣ ଷ୍ଟେଜ ପାଇଁ ନା ଭିନ୍ନକ୍ଷମ ମାନଙ୍କ ସୁବିଧା ପାଇଁ, ସବୁଠାରୁ ଦୁଃଖର ବିଷୟ ଯେ ପାଣି ପାଗ ବିଭାଗର ବର୍ଷା ପାଇଁ ବାରମ୍ବାର ସତର୍କ ସୂଚନା ଥିବା ପରେ ମଧ୍ୟ ଏହି ଅଧିକାରୀ ମାନେ କଣ ଭୁଲିଯାଇଥିଲେ ଯେ ଏହି ଶିବିର ହେଉଛି ଭିନ୍ନକ୍ଷମ ଲୋକଙ୍କ ପାଇଁ ହେଉଛି ତେଣୁ ହଠାତ ବର୍ଷା ହେବା ଯୋଗୁଁ ଯିଏ ଯୁଆଡେ ଓଦା ହୋଇ ତ କିଏ ଗଛ ମୂଳେ ଓଦା ହୋଇ ରହିଲେ I ସର୍ବଶେଷରେ ଭୀମଭୋଇ ଲେଖାଥିବା ପୋଷ୍ଟର ରେ ଭିମଭୋଇ ଭୁଲ ଲେଖାଥିବାର ଦେଖିବାକୁ ମିଳିଥିଲା।
ହିନ୍ଦୋଳ ରୁ ଧବଳ ପ୍ରସାଦ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |