ବସ୍ ଅଟକାଇଲେ ଛାତ୍ରଛାତ୍ରୀ

ଫୋକସ ପ୍ଲସ(ପରଜଙ୍ଗ)୨୫/୦୮/୨୦୨୨: ଛାତ୍ରଛାତ୍ରୀଙ୍କୁ ସ୍କୁଲ ବସ୍ ନ ନବେବାରୁ ମଝୀ ରାସ୍ତା ରେ ସ୍କୁଲ ବସ କୁ ଅଟକାଇଲେ ପାରାଦୀପ୍ NC ହାଇସ୍କୁଲ୍ ର ଛାତ୍ରଛାତ୍ରୀ | ନିଜେ ଗଲେନି କି ବସ କୁ ଯିବାକୁ ମଧ୍ଯ ଦେଲେନି | ଏଭଳି ଘଟଣା ଆଜି ପାରାଦୀପ୍ ଦୋଛକି ରାସ୍ତା ରେ ଦେଖିବାକୁ ମିଳିଛି |ପାରାଦୀପ୍ ଉଦୟବଟ ର ଛାତ୍ରଛାତୀ ଦୋଛକି ରେ ସ୍କୁଲ ବସ କୁ ଅଟକାଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀ ଆଜି ସ୍କୁଲ ଯାଇପାରି ନାହାନ୍ତି | ଛାତ୍ରଛାତ୍ରୀ ମାନେ ସ୍କୁଲ୍ ବସ୍ ଯିବାଲାଗି ବାର୍ଷିକ ପାସ୍ କରିବା ପାଇଁ ପାରାଦୀପ୍ NAC ହାଇସ୍କୁଲ୍ ରେ ପଇସା ଡିପୋଜିଟ୍ କରିଥଲେ, ଆମକୁ ପାସ୍ ମିଳିନଥିବା ବେଳେ, NAC ହାଇସ୍କୁଲ୍ ର କର୍ତ୍ତୁପକ୍ଷ ଆମକୁ ପଇସା ଫେରାଇ ଦେଇଛନ୍ତି | ଆମେ ସ୍କୁଲକୁ କେମିତି ଯିବୁ ବୋଲି ଛାତ୍ରଛାତ୍ରୀ ମାନେ ପ୍ରଶ୍ନ ଉଠାଇଛନ୍ତି |ପାରାଦୀପ୍ ବନ୍ଦର କର୍ତ୍ତୃପକ୍ଷ ବିଦ୍ୟାଳୟ ରେ ପିଲା ଯିବା ପାଇଁ ବସ୍ ଅଧିକ ଯୋଗାଉ ନଥିବା ବେଳେ ପିଲା ମାନଙ୍କୁ ଅଳ୍ପ ସଂଖ୍ୟା ରେ ନିଆ ଯାଉଚି | ଅନେକ ପିଲା ଦୂରଦୂରାନ୍ତ ରୁ ସ୍କୁଲ ଯିବାଆସିବା କରିବା ପାଇଁ ବଞ୍ଚିତ ହେଉଛନ୍ତି | ଆମେ ଅଭିଯୋଗ କଲେ ମଧ୍ଯ କେହି କର୍ଣ୍ଣପାତ କରୁନଥିବା ବେଳେ ଆମ ପିଲା ମାନେ ଏବେ ସ୍କୁଲ ଯାଇପାରୁ ନଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି | ଅନ୍ୟପଟେ ବନ୍ଦର କର୍ତ୍ତୁପକ୍ଷ ଆମକୁ ଯେତିକି ବସ୍ ଯୋଗାଇଥିଲେ ଆମେ ସେହି ହିସାବ ରେ ବ୍ୟବସ୍ତା କରିଛୁ | ଅନ୍ୟ ପିଲା ମାନେ କିପରି ଆସିବେ ତାହା ଅଭିଭାବକ , ବନ୍ଦର କର୍ତ୍ତୁପକ୍ଷ ଓ ପାରାଦୀପ୍ ପୌରପରିଷଦ ବୁଝିବା କଥା କହି ଏଡ଼ାଇ ଯାଇଛନ୍ତି NAC ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷୟତ୍ରୀ | ସ୍କୁଲ କର୍ତ୍ତୁପକ୍ଷ ବନ୍ଦର ପ୍ରଶାସନ ଉପରେ ଦୋଷ ଲଦି ଥିବା ବେଳେ ବନ୍ଦର କର୍ତ୍ତୁପକ୍ଷ ଏ ବିଷୟରେ କୌଣଷି ପ୍ରତିକ୍ରିୟା ରଖିବାକୁ ରୋକଠୋକ ମନାକରିଦେଇଛନ୍ତି | ତେବେ ବନ୍ଦର ସମ୍ପ୍ରସାରଣ ବେଳେ ବସ୍ତି ଗୁଡ଼ିକ ଦୂର ସ୍ଥାନକୁ ଉଠି ଯାଇଥିବା ବେଳେ ପାରାଦୀପ୍ ପୌରପରିଷଦ ପାଣି ଓ ବନ୍ଦର କର୍ତ୍ତୁପକ୍ଷ ବସ୍ ସେବା ଯୋଗାଇଦେବା କୁ ଧାର୍ଯ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା | ପୌରପରିଷଦ ପାଣି ଯୋଗାଉଥିବା ବେଳେ ବସ୍ ସେବା ଅଧିକ ଯୋଗାଇବା ପାରାଦୀପ୍ ବନ୍ଦର କର୍ତ୍ତୃପକ୍ଷ ଙ୍କ ଦାୟିତ୍ଵ ବୋଲି ପାରାଦୀପ୍ ପୌରପରିଷଦ ର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ପ୍ରକାଶ କରିଛନ୍ତି |ସ୍କୁଲ ବସ ଆମକୁ ନ ନେବା ଯାଏଁ ଆମେ ସ୍କୁଲ ବସ କୁ ଛାଡ଼ିବୁ ନାହିଁ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିଜ ନିଜ ଜିଦ୍ ରେ ଅଟଳ ଥିବାବେଳେ କେବେ ଯେ ଏହି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବନ୍ଦର କର୍ତ୍ତୁପକ୍ଷ ବସ୍ ଯୋଗାଉଛନ୍ତି , ତାହା କେବଳ ଦେଖିବାକୁ ବାକି ରହିଲା |

ପାରାଦୀପ ରୁ ମନୋଜ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *