ତତ୍ପର ହେଲା ପ୍ରଶାସନ

ଫୋକସ ପ୍ଲସ(କୋରାଇ)୨୫/୦୮/୨୦୨୨: ଗତ 22 ତାରିଖ ଦିନ ଆମେ ଖବର ପ୍ରସାରଣ କରିଥିଲୁ କି କୋରାଇ ବ୍ଳକ ହଳଦିଗଡ଼ିଆ ପଞ୍ଚାୟତ ର ଜଣେ ଦିବ୍ୟାଙ୍ଗ ଯିଏ ନିଜ ଭଙ୍ଗା ଦଦରା ଟ୍ରାଇ ସାଇକେଲ ରେ ବୁଲି ବୁଲି ନିଜର ଗୁଜୁରାଣ ମେଣ୍ଟାଇବାପାଇଁ ଛୋଟ ଛୁଆଙ୍କ ଖାଇବା ଉଦ୍ଧିଷ୍ଟ କିଛି ଚଟପଟା ଖାଦ୍ୟ ଧରି କୋରାଇ ବ୍ଳକ ଯିବା ରାସ୍ତାରେ ବିକ୍ରି କରୁଥିଲା. ଖବର ସଂଗ୍ରହ କରିବାକୁ ଯାଉଥିବା ସମୟରେ ଆମ ପ୍ରତିନିଧି ଙ୍କର ନଜର ପଡିଥିଲା ନକୁଳ ଉପରେ ଆଉ ସେ ଅଟକି ଯାଇ ତା ବିଷୟରେ ଜାଣିବାକୁ ଚାହିଁଥିଲେ . ତାପରେ ସେ ତା ଦୁଃଖ କାହାଣୀ କହିବା ସହ ସେ ଦିବ୍ୟାଙ୍ଗ ସତ ହେଲେ ଜୀବନରେ ହାର ମାନିନୀ ନିଜେ ସକ୍ଷମ ହେବାପାଇଁ ଚେଷ୍ଟା ଜାରିରଖିଛି ଯାହା ଅନ୍ୟ ଦିବ୍ୟାଙ୍ଗ ମାନଙ୍କ ପାଇଁ ଉଦାହରଣ. ନକୁଳ ର ଅନୁରୋଧ ମଧ୍ୟରେ ଥିଲା ପ୍ରଶାସନ କୁ ତାର ଗୋଟିଏ ଟ୍ରାଇ ସାଇକେଲ ଦେଲେ ସେ ଖୁସି ହୋଇ ଯେଉଁ ବେପାର ସେ ବୁଲି ବୁଲି କରୁଛି ତା ପାଇଁ ସହଜ ହୋଇପାରିବ. ଏ ବିଷୟରେ କୋରାଇ ବିଡ଼ିଓ ଙ୍କୁ ଅବଗତ କରାଇଥିଲୁ ଯାହା ଆଜି ବିଡ଼ିଓ ରଞ୍ଜନ କୁମାର ପରିଡା ଆମ କଥା ରଖି ନକୁଳକୁ ଆଜି ବ୍ଳକ ଅଧକ୍ଷା ଜୟନ୍ତୀ ଦଳାଇ, ଉପାଧକ୍ଷ ପ୍ରଫୁଲ୍ଲ କୁମାର ଦାସ, ହଳଦିଗଡ଼ିଆ ସରପଞ୍ଚ ଅନିଲ ମହାପାତ୍ର ବ୍ଳକର ମୁଖ୍ୟ କିରାଣୀ ସୁନୀଲ ରାଉତ, ସାମ୍ବାଦିକ ପ୍ରମୋଦ ପାତ୍ର, ଭୁବନମୋହନ ମହାନ୍ତି, ପ୍ରହଲ୍ଲାଦ ଦେଓ ପ୍ରମୁଖ ଉପସ୍ଥିତ ରେ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି. ଆସନ୍ତୁ ଏ ନେଇ ବିଡ଼ିଓ ଓ ଅନ୍ୟ ମାନଙ୍କ ର ପ୍ରତିକ୍ରିୟା |

 

କୋରାଇ ରୁ ପ୍ରମୋଦ ପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *