ପୁଣି ଦବିଗଲା ନଦୀ ବନ୍ଧ

ଫୋକସ ପ୍ଲସ(ସତ୍ୟବାଦୀ)୨୬/୦୮/୨୦୨୨: ସତ୍ୟବାଦୀ ବ୍ଲକ ସଲଗ୍ନ ଗବକୁଣ୍ଡ ଠାରେ ପୁରୀ ସଦର ବ୍ଲକ ଯମରସୁଆଁ ପଟ ଭାର୍ଗବି ନଦୀ ବନ୍ଧ ୨୦୦ଫୁଟ ତଳକୁ ଗଳି ପଡିଛି |ଏହାକୁ ନେଇ ଆଖ ପାଖ ଅଞ୍ଚଳର ଲୋକେ ଆତଙ୍କିତ ଥିବା ବେଳେ ନଦୀ ବନ୍ଧରେ ରାସ୍ତା ଏବେ ଯିବା ଆସିବା ବନ୍ଦ ହୋଇରହିଛି |ଏହି ବନ୍ଧ ପୂର୍ବରୁ ମଧ୍ୟ ଦୁଇ ଥର ଦବି ସାରିଛି ଓ ଅଞ୍ଚଳବାସୀଙ୍କ ଅନେକ ଦାବି ପରେ ଏହାକୁ ପୁରୀ ଜଳ ସମ୍ପଦ ବିଭାଗ ତରଫରୁ ମରାମତି କରାଯାଇଥିଲା |କିନ୍ତୁ ପୁନର୍ବାର ପୁଣି ଥରେ ଏଇ ଭଳି ୨୦୦ଫୁଟର ନଦୀ ବନ୍ଧ ଦବିବାରୁ ବର୍ତ୍ତମାନ ଅଞ୍ଚଳବାସୀ ମାନେ ନିମ୍ନମାନର କାମ ହୋଇଛି ବୋଲି ଅଭିଯୋଗ ଆଣୁଛନ୍ତି |

ସତ୍ୟବାଦୀ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ ଫୋକସ ପ୍ଲସ୍ ।

Leave a Reply

Your email address will not be published. Required fields are marked *