ଫୋକସ ପ୍ଲସ(ବ୍ରହ୍ମପୁର)୨୭/୦୮/୨୦୨୨: ଆନନ୍ଦ ମାର୍ଗ ଛକରେ ବୋମା ଫିଙ୍ଗି ହତ୍ୟା ଉଦ୍ୟମ ମାମଲାରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ଅଭିଯୁକ୍ତ ଜଣଙ୍କ ହେଲେ ଭିକି ପାତ୍ର । ଏନେଇ ୧୯୩/୨୨ ମାମଲାରେ ତାଙ୍କୁ କୋର୍ଟ ଚାଲାଣ କରିଛି ବଡ଼ବଜାର ଥାନା ପୋଲିସ। ସୂଚନା ମୁତାବକ ପୂର୍ବରୁ ଗତ ଜୁନ ୫ ତାରିଖରେ କୃଷ୍ଣ ସାହୁ ଓ ବାବୁଲା ବେହେରାଙ୍କୁ ,ସୁନୀଲ ସେଠୀ ଓ ଜଗା ସାହୁ ମରଣାନ୍ତକ ଆକ୍ରମଣ କରିଥିଲେ। ଅଭିଯୋଗ ପରେ ପୋଲିସ ମାମଲା ନମ୍ବର ୧୩୭/୨୨ ରେ ସୁନୀଲ ଓ ଜଗାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିଛିଦିନ ପୂର୍ବେ ସୁନୀଲ ଓ ଜଗା ଜାମିନରେ ଆସିଥିଲେ। ପୂର୍ବ ଆକ୍ରମଣର ପ୍ରତିଶୋଧ ନେବା ପାଇଁ କୃଷ ଓ ବାବୁଲା ଯୋଜନା କରିଥିଲେ ।ଗତ ୩ ତାରିଖ ରାତ୍ର ସୁନୀଲ ସେଠୀ ଘରକୁ ଫେରୁଥିଲେ। ଆନନ୍ଦମାର୍ଗ ଛକରେ ସୁନୀଲଙ୍କୁ ଏକାକୀ ଦେଖି ଉଭୟ କୃଷ୍ଣ ଓ ବାବୁଲା ତାଙ୍କୁ ଅଟକାଇଥିଲେ। ପରେ ସୁନୀଲଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ପରେ ଖଣ୍ଡାରେ ଆକ୍ରମଣ କରିଥିଲେ। ସୁନୀଲ ଦୌଡ଼ି ପଳାଇବାରୁ ତାଙ୍କ ଉପରକୁ କୃଷ୍ଣ ବୋମା ଫୋପାଡ଼ି ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ହେଲେ ବୋମାଟି ସୁନୀଲଙ୍କ ଦେହରେ ବାଜିନଥିଲା। ଉକ୍ତ ବୋମା ରାସ୍ତାରେ ପଢି ଫୁଟି ଯାଇଥିଲା ବୋଲି ସୁନୀଲ ଥାନାରେ ଅଭିଯୋଗ କରିଥିଲେ।
ବ୍ରହ୍ମପୁର ରୁ କାଳୀ ପ୍ରସାଦ ରଥ ଙ୍କ ରିପୋର୍ଟ ଫୋକସ ପ୍ଲସ।