ଫୋକସ ପ୍ଲସ(ବୋରିଗୁମ୍ମା)୨୭/୦୮/୨୦୨୨: ଝାଡ଼ାବାନ୍ତି ଆକ୍ରାନ୍ତ ଅଂଚଳ ବୁଲି ସମସ୍ୟା ବୁଝିଲେ ବିଧାୟକ । ବୋରିଗୁମ୍ମା ବ୍ଲକ ହରଡ଼ାଗୁଡା ପଞ୍ଚାୟତର ବିଭିନ୍ନ ଗାଁ ରେ ଦୀର୍ଘ ୨ସପ୍ତାହ ହେବ ଲାଗି ରହିଥିବା ଝାଡ଼ାବାନ୍ତି ଅଂଚଳକୁ ଯାଇ ସମସ୍ୟା ବୁଝିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଓଡ୍ରାଫ ଟିମ ସହାୟତା ରେ ଚାଵରି ନଦୀ ପାର ହୋଇ ବିଧାୟକ ଝାଡ଼ାବାନ୍ତି ଆକ୍ରାନ୍ତ ଡମ୍ବ ତୁରୁଞ୍ଜି ଗାଁ ରେ ପହଂଚି ଲୋକଙ୍କ ସହିତ ଆଲୋଚନା କରିଥିଲେ । ଗାଁ ର ବିଦ୍ୟାଳୟ ରେ କରାଯାଇଥିବା ଅସ୍ଥାଇ ସ୍ୱାସ୍ଥ୍ୟ ଶିବିର ପ୍ରଦର୍ଶନ କରି ଗାଁର ପରିମଳ ବ୍ୟବସ୍ଥା ମଧ୍ୟ ପଚାରି ବୁଝି ଥିଲେ ବିଧାୟକ । ଏହା ସହିତ ଲୋକଙ୍କୁ ପାଲ ,ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ବିଦ୍ୟାଳୟ । ଲୋକେ ବିଧାୟକଙ୍କୁ ପାଖରେ ପାଇ ତାଙ୍କର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ସ୍ୱାସ୍ଥ୍ୟ ବିଭାଗର ଆପ୍ରାଣ ଉଦ୍ୟମ ଫଳରେ ଏବେ ଗାଁ ରେ ସାମାନ୍ୟ ସୁଧାର ଆସିଥିବା ବେଳେ ଗାଁ ରେ ଓଷଧ ସମସ୍ତଙ୍କୁ ପ୍ରଦାନ କରା ଯାଉଥିବା ଜଣା ପଡିଛି । ଗାଁ ସାରା ବଳିଚିଂ ପକାଇ ବିଶୋଧନ ମଧ୍ୟ କରା ଯାଇଥିବା ଦେଖିବା କୁ ମିଳିଛି । ଆକ୍ରାନ୍ତ ମାନେ ଏବେ ମଧ୍ୟ ବୋରିଗୁମ୍ମା ମେଡିକାଲ ରେ ଚିକିତ୍ସା ହେଉଥିବା ବେଳେ ଗାଁ ରେ ଖୋଲା ଯାଇଥିବା ଅସ୍ଥାୟି ଶିବିର ରେ ଦୁଇ ଜଣ ବୟସ୍କ ଏବଂ ଜଣେ ଶିଶୁ ଏବେ ଚିକିତ୍ସା ହେଉଛନ୍ତି ।
ବୋରିଗୁମ୍ମା ରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ |