ଭାରରେ ବୁହା ହେଲେ ଗର୍ଭବତୀ

ଫୋକସ ପ୍ଲସ(କୋରାପୁଟ)୨୮/୦୮/୨୦୨୨: ରାଜ୍ୟ ସରକାର ରାସ୍ତା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ନାନା ପ୍ରକାର ଯୋଜନା କରୁଛି ବୋଲି ଡେଙ୍ଗୁରା ବିତିବାରେ ବ୍ୟସ୍ତ |ହେଲେ ଅନେକ ସ୍ଥାନରେ ସରକାର କରୁଥିବା ଯୋଜନାର ସୁବିଧାରୁ ଅନେକ ଏବେବି ବଞ୍ଚିତ l ଦେଖିବାକୁ ଗଲେ ସ୍ୱାଧୀନତାର ୭୬ ବର୍ଷ ବିତିଗଲେ ମଧ୍ୟ କିଛି ଗ୍ରାମକୁ ଖଣ୍ଡେ ଭଲ ରାସ୍ତା ନାହିଁ ଗର୍ଭବତୀ ମହିଳାଙ୍କ ପାଇଁ ସେବା କରୁଥିବା 108 ଆମ୍ବୁଲାନ୍ସ ସେବା ବ୍ୟବସ୍ଥାର ମଧ୍ୟ ଭଲ ବ୍ୟବସ୍ଥା ନାହିଁ l ଏଭଳି ଦୃଶ୍ୟ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଳଗଲୁର ପଞ୍ଚାୟତ ଅଧିନରେ ରହିଥିବା ପଟୁଗୁଡା ଅଞ୍ଚଳର l ଫଳରେ ଅଞ୍ଚଳବାସୀ ଏବଂ ନିଜସ୍ୱ ସମ୍ପର୍କୀୟ ବ୍ୟକ୍ତି ତଳଗଲୁର ପଞ୍ଚାୟତର ସମିତି ସଭ୍ୟଙ୍କ ସହିତ କାଉଡିରେ ପଟୁଗୁଡା ରୁ ଚିକଟାଆମଗୁଡା ପର୍ଯ୍ୟନ୍ତ ବୁହାହେଲେ ଗର୍ଭବତୀ ଚିକାଆମଗୁଡ଼ାରେ ପହଂଚିବା ପରେ 2000 ଟଙ୍କାରେ ଏକ ଅଟ ଭଡା କରି ପଟ୍ଟାଙ୍ଗି ନେଉଥିଲେ ବେଳେ ପେଟ୍ରୁ ପାଖରେ ସରକାରୀ 108 ଆମ୍ବୁଲାନସ ପହଂଚି ଥିଲା ତତସଙ୍ଗେସଙ୍ଗେ ଆମ୍ବୁଲାନ୍ସ 108 ରେ ଗର୍ଭବତୀ ଙ୍କୁ ନେଇ ପଟ୍ଟାଙ୍ଗି ମେଡିକାଲ ଅଭିମୁଖ ପହଂଚି ଥିଲେ lତେଣୁ ଏଥିରୁ ସ୍ପଷ୍ଟ ଜଣାପଡୁଛି ସରକାରଙ୍କ ବିକାଶର ଦୃଶ୍ୟ |

କୋରାପୁଟରୁ କୁନା ଖରା ଙ୍କ ରିପୋର୍ଟ ଫୋକସ ପ୍ଲସ |

 

 

Leave a Reply

Your email address will not be published. Required fields are marked *