ଶିକ୍ଷୟତ୍ରୀଙ୍କ ଅନୁପସ୍ଥିତିରେ ସ୍କୁଲରେ ପାଠ ପଢାଉଛି ଝିଅ

ଫୋକସ ପ୍ଲସ(ଆଳି)୨୮/୦୮/୨୦୨୨: ଜିଲ୍ଲା ଶିକ୍ଷା ବ୍ୟବସ୍ଥା ଏବେ ଅବ୍ୟବସ୍ଥାରେ ପରିଣତ ହୋଇଛି l ଲାଞ୍ଚ ନେଇ ଖୋଦ ଡିଇଓ ଭିଜିଲାନ୍ସ ଦ୍ୱାରା ଧରା ପଡି ଏବେ ଜେଲରେ l କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଦିନକୁ ଦିନ ଗୋଟେ ପରେ ଗୋଟେ ସାମ୍ନାକୁ ଆସୁଛି l ଏହିଭଳି ଘଟଣା ଘଟିଛି ଆଳି ନିର୍ବାଚନ ମଣ୍ଡଳୀ ରାଜକନିକା ବ୍ଲକ ଅଧୀନ ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ |କିଛି ଦିନ ହେବ ବିଦ୍ୟାଳୟରେ ଶିକ୍ଷୟତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ଝିଅ ଶିକ୍ଷାଦାନ କରିବା ଘଟଣା ସାଧାରଣରେ ଚର୍ଚ୍ଚାକୁ ଆସିଛି l ରାଉତବର୍ତ୍ତନୀ ଗାଁର ବାସିନ୍ଦା ତଥା ଏହି ବିଦ୍ୟାଳୟର ଶିକ୍ଷୟତ୍ରୀ ଅହଲ୍ୟା ବିଶ୍ୱାଳ କିଛି ଦିନ ହେବ ବିଦ୍ୟାଳୟକୁ ଯାଉନଥିବା ବେଳେ ତାଙ୍କ ଝିଅ ସୀମାରେଖା ମହାନ୍ତି ନିୟମିତ ମାଙ୍କ ପାଇଁ ବିଦ୍ୟାଳୟକୁ ଯିବା ଘଟଣା ଆମ ନଜରକୁ ଆସିଥିଲା lଯେତେବେଳେ ଆମେ ଉକ୍ତ ବିଦ୍ୟାଳୟରେ ପହଞ୍ଚି ଥିଲୁ ଖବର ସଂଗ୍ରହ କରିବା ପାଇଁ ସେତେବେଳେ ସୀମାରେଖା ତୁମେ କିଏ ?କଣ ପାଇଁ ଆସିଛ ? କହି ଫୋନରେ ନିଜ ମାଆ (ଅହଲ୍ୟା )ଙ୍କୁ ଫୋନ କରି ମମି ମିଡ଼ିଆ ଵାଲା ଆସିଛନ୍ତି ତୁ ଜଲଦି ଆସେ ବୋଲି କହୁଥିବା କଥା ଆମ କ୍ୟାମେରାରେ କୟଦ ହୋଇଛି l ବିଇଓ ସାରେ ମୋତେ କହିଛନ୍ତି ପାଠ ପଢ଼ାଇବା ପାଇଁ l ଆମେ ଯେତେବେଳେ ବିଇଓଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିବା ବେଳେ ସମ୍ଭାଵପର ହୋଇନଥିଲା ବେଳେ ଫୋନ ଯୋଗେ ବିଓଙ୍କୁ ପଚାରିବାରୁ ସେ କୁହନ୍ତି, ଏ ବିଷୟରେ ମୁଁ ଜାଣିନାହିଁ ସିଆରସିସିଙ୍କୁ ପଚାରି କହିବି ବୋଲି ତାଙ୍କ ପତିକ୍ରିୟାରେ କହିଛନ୍ତି l ଏଠି ପ୍ରଶ୍ନ ଉଠେ ନିଜ ଗାଁର ଝିଅ ହେଉ କି ବୋହୁ ନିଜ ଗାଁରେ ଶିକ୍ଷାଦାନ କରିବା ଯୋଗୁଁ ଏଭଳି ଘଟଣା ଘଟୁଛି | ତେଣୁ ପ୍ରଶ୍ନ ଉଠୁଛି ବିଇଓ ମହାଶୟ ସବୁ ଜାଣିଶୁଣି ଅଜଣା ଥିବା ମନେହେଉଛି l ତେବେ କେବେ ଶିକ୍ଷା ଅଧିକାରୀ ନେବେ କାର୍ଯ୍ୟନୁଷ୍ଠାନ ଦେଖିବାକୁ ବାକି ରହିଲା |

ଆଳି ରାଜକନିକା ରୁ ସମ୍ବିତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *