ଦୀର୍ଘ ବର୍ଷର ସ୍ବପ୍ନ ପୂରଣ କଲେ ସାଧାରଣ ଯୁବକ

ଫୋକସ ପ୍ଲସ(କଳାହାଣ୍ଡି)୨୮/୦୮/୨୦୨୨: ଓଡିଶା ସରକାର ଓଡିଶା ବାସୀଙ୍କ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି ଗାଁ ଠାରୁ ସହର ଯାଏ, ସରକାରୀ ଯୋଜନା କାମ ହଉଛି ସତ କିନ୍ତୁ କିନ୍ତୁ ଆଜିବି ଓଡିଶା ର ଅନେକାଂଶ ଜାଗା କୁ ସରକାରୀ ଯୋଜନା ପହଂଚିପାରୁନାହିଁ ବା ପହଂଚିବାକୁ ଦିଆ ଯାଉନାହିଁ ଆମେ ଏହି କଥା କହୁନୁ ଆଜ୍ଞା ଖୁଦ ପଥର୍ଲା ଅଂଚଳବାସୀ ଅଭିଯୋଗ ରହିଛି କି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମପଞ୍ଚାୟତ ଅଫିସ ଗେଟ ସାମ୍ନା ରୁ କଲୋନୀ ପଡା ପର୍ଯ୍ୟନ୍ତ ଯେଉ ରାସ୍ତା ଯାଇଛି ଦୀର୍ଘ 20 ରୁ 25 ହେଲା କିଛି ସ୍ଥାନରେ ସରକାରୀ ଯୋଜନା ପହଂଚିବାର ସାତ ସପନ ପାଲଟିଛି କାରଣ ପଥର୍ଲା ପଞ୍ଚାୟତ ଅଫିସ ଗେଟ ସାମ୍ନା ରୁ କଲୋନୀ ପଡା ପର୍ଯ୍ୟନ୍ତ ଯେଉଁପରି ରାସ୍ତା ଅତି ଶୋଚନୀୟ ଅବସ୍ଥା ଅଛି ଟିକିଏ ବର୍ଷା ହେଲେ ତାର ସ୍ଥିତି ନ କହିଲେ ଭଲ ଏହି ରାସ୍ତା ରେ ପ୍ରତିଦିନ ହସ୍ପିଟାଲ କାମ ହଉ ବା ସ୍କୁଲ ଯିବା ଅନେକାଂଶ ରେ ବାଧାବିଘ୍ନ ହବା ସହିତ ଅତି ଶୋଚନୀୟ ଅବସ୍ଥାରେ ପଡ଼ିଥିବା ଦେଖି ଆଉ ସରକାରୀ ଯୋଜନା କୁ ଅପେକ୍ଷା ନ କରି ପଥର୍ଲା ଗାଁ ର ଜଣେ ଯୁବକ ଶ୍ରୀ ବ୍ରହ୍ମାନନ୍ଦ ରଣା ( ଶାହରୁଖ ) ଯାହା କରାଇ ଦେଖାଇଲେ ତାହା ଦୀର୍ଘ 20 ରୁ 25 ବର୍ଷ ହବ କୌଣସି ଜନପ୍ରତିନିଧି କରିପାରିଲେ ନାହିଁ ବା ଆଜି ପର୍ଯ୍ୟନ୍ତ କାହାରି ନଜର କୁ ଆସିଲା ନାହିଁ କିନ୍ତୁ ଆଜି ପଥର୍ଲା ପଞ୍ଚାୟତ ଅଫିସ ଗେଟ ସାମ୍ନା ରେ ଯଉ ଭଳି କାଦୁଅ ପାଣି ଜମି ରହିଛି ପ୍ରଶାସନ ର ନଜର କୁ ଆସୁନାହିଁ ଉକ୍ତ ଯୁବକ ଶ୍ରୀ ବ୍ରହ୍ମାନନ୍ଦ ରଣା ଙ୍କ କହିବା ଅନୁଯାଇ ଦୀର୍ଘ ବର୍ଷ ପ୍ରଶାସନ ର ଅପେକ୍ଷା କରି କିଛି ମିଳିଲା ନାହିଁ କିନ୍ତୁ ଅନେକ ସମୟରେ ହସ୍ପିଟାଲ କାମ ହଉ ବା ଛାତ୍ରଛାତ୍ରୀ ହଉ ବର୍ଷା ହେଲେ ବହୁତ ଦୁଖଃ ଭୋଗୁଥିଲେ, ଏମିତ କି କେତେ ଜନପ୍ରତିନିଧି ଆସିଲେ ଆଉ ଗଲେ କାହାରି ନଜର କୁ ଆସିଲା ନାହିଁ କିନ୍ତୁ ଗୋଟିଏ ଦୁଃଖର ବିଷୟ ଯେ ଉକ୍ତ ରାସ୍ତା ଟି ପଥର୍ଲା ପଞ୍ଚାୟତ ଅଫିସ ସାମ୍ନା ରେ ହିଁ ଅଛି କିନ୍ତୁ କଣ,ତେଣୁ ମୁଁ ମୋର ଜଣେ ସାଙ୍ଗ ଙ୍କ ସହାୟତାରେ ବା ତାଙ୍କୁ ବାରମ୍ବାର ଅନୁରୋଧ କରିବାରୁ ITDA ଫଣ୍ଡ ମାଧ୍ୟମରେ ଏହି ରାସ୍ତା କୁ ନିର୍ମାଣ କରିବାକୁ ସହାୟତା ର ହାତ ବଢ଼ାଇ ଥିବାରୁ ମୁଁ ତାଙ୍କୁ ହୃଦୟ ସହିତ ଧନ୍ୟବାଦ ଜ୍ଞାପନ କରୁଛି ବୋଲି ପ୍ରତିକ୍ରିୟା ରଖିଛନ୍ତି, ପଥର୍ଲା ଅଞ୍ଚଳ ବାସୀ ଶ୍ରୀ ବ୍ରହ୍ମାନନ୍ଦ ରଣା ଙ୍କ ଏହି ପରି କାର୍ଯ୍ୟକ୍ରମ କୁ ବେଶ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି

କଳାହାଣ୍ଡି ଜିଲ୍ଲା ରୁ ସତ୍ୟ ନାରାୟଣ ମହାନନ୍ଦ ଙ୍କ ରିପୋଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *