ଆଶା କର୍ମୀଙ୍କୁ ଗଣଦୁଷ୍କର୍ମ

ଫୋକସ ପ୍ଲସ(ପାରାଦୀପ)୨୮/୦୮/୨୦୨୨: ପାରାଦୀପ ରେ ଜଣେ ଆଶାକର୍ମୀ ଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଜୈନିକା ଆଶା କର୍ମୀ ପାରାଦୀପ୍ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି | ଜୈନିକା ଆଶା କର୍ମୀ ସଣ୍ଡକୁଦ ରୁ ନୂଆବଜାର କୁ ଯାଉଥିବା ବେଳେ ଚାରି ଜଣ ଯୁବ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ପଡିତା ଥାନାରେ ଅଭିଯୋଗ କରିଛନ୍ତି | ସୁଚ଼ନା ଅନିଯାଇ ପାରାଦୀପ ନୂଆବଜାରରେ ରହୁଥିବା ଏଏନ୍‌ଏମ୍‌ ଦିଦି ଜୈନିକା ଆଶାକର୍ମୀଙ୍କୁ ଆସିବାକୁ କହିଥିଲେ | ଗତକାଲି ଅପରାହ୍ନରେ ଜୈନିକ ଆଶାକର୍ମୀ ପାରାଦୀପର ଷଣ୍ଡକୁଦ ରୁ ନୂଆବଜାର ଏଏନ୍ଏମ୍ ଙ୍କ ପାଖକୁ ଆସୁଥିଲେ | ଜୈନିକ ଆଶାକର୍ମୀ ସାଇକେଲ୍‌ରେ ଯାଉଥିବା ବେଳେ ଚାରି ଜଣ ଦୁର୍ବୁତ୍ତ ଏମ୍ପୋରିୟସ ହୋଟେଲ ନିକଟରେ ତାଙ୍କ ସାଇକେଲ୍‌କୁ ଅଟକାଇ ଏକ ନାଲି ରଙ୍ଗ ର କାର୍ ରେ ଟେକି ନେଇଯାଇଥିଲେ ନେହେରୁବଙ୍ଗଳାକୁ, ସେଠାରେ ଚାରିଜଣ ଦୁର୍ବୁତ୍ତ ଜଣ ଜଣ କରି ଗଣ ଦୁଷ୍କର୍ମ କରିଥିଲେ ଓ ପରେ ଜୈନିକ ଆଶା କର୍ମୀଙ୍କୁ ସେହି ନାଲି ରଙ୍ଗର କାର୍‌ରେ ଆଣି ଲେଙ୍କା ମେଡିକାଲ୍‌ ନିକଟରେ ଛାଡି ପାଳାଇଥିଲେ | ଆଶାକର୍ମୀ ଜଣଙ୍କ ସେଠାରେ କାନ୍ଦୁଥିବାର ସ୍ଥାନୀୟ ଲୋକେ ଦେଖି ପାରାଦୀପ ଆଦର୍ଶ ଥାନାକୁ ଖବର ଦେଇଥିଲେ | ଗତକାଲି ରାତିରେ ପୀଡ଼ିତା ଏନେଇ ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗକୁ ଆଧାର କରି ପୁଲିସ୍‌ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି | ରଖିଥିବା ବେଳେ ପୋଲିସ ପିଡିତା ର ଡାକ୍ତରୀମାଇନା କରିବା ସହିତ ଦୁଷ୍କର୍ମ କରାଯାଇଥିବା ସ୍ଥାନକୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ନେଇ ତଦନ୍ତ କରିବା ପରେ ମାଜିଷ୍ଟ୍ରଟ୍‌ଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି | ଫେରାର ଚତୁର୍ଥ ଜଣକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Leave a Reply

Your email address will not be published. Required fields are marked *