ବିନା କାମରେ ହୋଇଛି ୪ଲକ୍ଷ ବିଲ୍

ଫୋକସ ପ୍ଲସ(ଭଦ୍ରକ)୨୮/୦୮/୨୦୨୨: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ଗ୍ରାମପଞ୍ଚାୟତ ଡ଼ିହ ଜେନାସାହି ଠୁ ଡିହଜେନା ସାହି ଅଙ୍ଗନବାଡ଼ି କେନ୍ଦ୍ର ପର୍ଯ୍ୟନ୍ତ କାର୍ଯ୍ୟଦେଶ ଥିବା ବେଳେ ରାସ୍ତା କାର୍ୟ୍ଯ ନିମନ୍ତେ ଚାରିଲକ୍ଷ ଟଙ୍କାର ଅଟକଳ ଵିଭାଗୀୟ ଅଧିକାରୀ ନାମରେ ଫାଇଲ ରେ ଦର୍ଶାଯାଇଛି |ମାତ୍ର ପରିତାପର ବିଷୟ ବାଲି ମୁଠାଏ ପଡ଼ି ନ ଥିବା ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି |ଏହି ରାସ୍ତା କଡରେ ଚାଷ ଜମି ଏବଂ କୁନି କୁନି ପିଲା ମାନେ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି |ରାସ୍ତା ଟି ଅଧିକ ଶୋଚନୀୟ ଥିବାରୁ ଚାଷୀମାନେ ଚାଷ କାର୍ଯ୍ୟକୁ ନେଇ ପ୍ରଭାବିତ ହେଉଥିବାର ଅଭିଯୋଗ କରିଆସୁଛନ୍ତି |ଅଳ୍ପ ବର୍ଷା ହେଲେ କୁନି କୁନି ପିଲା ମାନେ ସ୍କୁଲ ଯିବା ମଧ୍ୟ ବଧାପ୍ରାପ୍ତ ହେଉଥିବାର ଦେଖିବାବାକୁ ମିଳୁଛି |ମାତ୍ର ଏହି ରାସ୍ତା କାର୍ଯ୍ୟ କରିବା ଦୂରରେ କଥା ଫାଇଲରେ ଉଠି ଯାଇଛି ଚାରିଲକ୍ଷ |ଯାହା ଫଳରେ ରାସ୍ତାଟି ଖାଲ ଢିପ ସାଙ୍ଗକୁ ବିରାଟ ଗର୍ତ ମାନ ସୃଷ୍ଟି ହୋଇଛି |ବର୍ଷା ଦିନ ଏହି ରାସ୍ତା ଦେଇ ଜାତାୟତ କରିବା ଦୂରର କଥା ଶୁଖିଲା ପାଗରେ ଯିବା ମଧ୍ୟ କଷ୍ଟକର ହୋଇଥାଏ |ଏହି ରାସ୍ତା ଉନ୍ନତି କରଣ କାର୍ଯ୍ୟର ତଦାରଖ କରିବା ସହିତ ଏହାର ବିଲ କିଭଳି ପାସ ହୋଇଛି |ଏନେଇ ବାସୁଦେବପୁର ଗୋଷ୍ଟିଉନ୍ନୟନ ଅଧିକାରୀ ସତ୍ୟଜିତ ରାଉତଙ୍କ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି | ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ରାସ୍ତା ନିର୍ମାଣ କାର୍ଯ୍ୟ କିପରି ଭାବରେ ହୋଇପାରିବ |ଜିଲ୍ଲା ପ୍ରଶାସନ ନଜର ଦେବା ସହିତ ରାସ୍ତା କାର୍ଯ୍ୟ ନ କରି କେମିତି ବିଲ କରାଗଲା ଏବଂ କେଉଁ ମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ଉପରେ କି ପ୍ରକାର କାର୍ୟ୍ଯାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା | ରାସ୍ତା ନିର୍ମାଣ କାର୍ଯ୍ୟ ନ କରି ବିଲ ଉଠାଇବା ବୁଦ୍ଧି ଜୀବୀଙ୍କ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି |ଯଥାଶୀଘ୍ର ରାସ୍ତା କାର୍ୟ୍ଯ କରିବାକୁ ସ୍ଥାନୀୟ ଜନସଧାରଣ ଦାବି କରିଛନ୍ତି |