ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ପାନୀୟ ଜଳର ଉତ୍କଟ ସମସ୍ୟା

ଫୋକସ ପ୍ଲସ(ଶେରଗଡ଼)୩୦/୦୮/୨୦୨୨: ମୁଖ୍ୟମନ୍ତ୍ରୀ ଙ୍କ ଗଡ଼ କୁହାଯାଉଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ର ଉତ୍କଟ ସମସ୍ୟା ଦେଖାଦେଇଛି l ସରକାର ପାନୀୟ ଜଳ ର ସୁବିଧା ପାଇଁ ପ୍ରତ୍ୟେକ ପଞ୍ଚାୟତ ରେ ବସୁଧା ଯୋଜନା ମାଧ୍ୟମରେ ପ୍ରତ୍ୟକ ଘରକୁ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା କରିଥିଲେ ମଧ୍ୟ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଶେରଗଡ଼ ବ୍ଲକ ଅନ୍ତର୍ଗତ ଡ଼େଙ୍ଗାପଦର ଗ୍ରାମରେ l ଗ୍ରାମରେ ଦେଖାଦେଇଛି ପାନୀୟ ଜଳ ର ଘୋର ଅଭାବ l ସୂଚନା ପ୍ରକାରେ ଗ୍ରାମରେ ପୂର୍ବରୁ ପଚାଶ ଲିଟର ଧାରକ ବିଶିଷ୍ଟ ପାଣିଟାଙ୍କି ରହିଥିବା ସମୟରେ ଗ୍ରାମରେ ପାନୀୟ ଜଳର ଅଭାବ ନଥିଲା l ବର୍ତ୍ତମାନ ଆଉ ଏକ ପଚସ୍ତରୀ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ନୂତନ ଭାବେ ନିର୍ମିତ ହେବା ଫଳରେ ଏକଲକ୍ଷ ପଚିଶି ହଜାର ଧାରକ ବିଶିଷ୍ଟ ଦୁଇ ଦୁଇଟି ପାଣି ଟାଙ୍କି ରହିଥିଲେ ମଧ୍ୟ ଦୀର୍ଘ ପାଞ୍ଚ ରୁ ଛଅ ମାସ ହେବ ଗ୍ରାମବାସୀ ଠିକ ଭାବରେ ପାଣି ପାଇପାରୁନାହାନ୍ତି l ପମ୍ପ ଡ୍ରାଇଭର ଖୁବ କମ ସମୟ ଏବଂ ଦିନକୁ ଗୋଟିଏ ଥର ପାଣି ଛାଡୁଥିବା ଯୋଗୁଁ ଗୋଟିଏ ପରିବାର ପାଇଁ ଯେତିକି ପରିମାଣ ର ପାଣି ଆବଶ୍ୟକ ସେତିକି ପରିମାଣ ର ପାଣି ପାଇପାରୁନାହାନ୍ତି l ଯାହାଫଳରେ ସେମାନେ ଗ୍ରାମରେ ରହିଥିବା ଦୂଷିତ ପୋଖରୀ ଏବଂ ନଳକୂପ ଜଳକୁ ପାନୀୟ ରୂପେ ବ୍ୟବହାର କରୁଥିବାରୁ ବିଭିନ୍ନ ପ୍ରକାର ରୋଗର ସମୁଖୀନ ହେଉଛନ୍ତି ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହାର ସମାଧାନ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଯଥାଶୀଘ୍ର ପ୍ରଶାସନ ଏହି ପାନୀୟ ଜଳ ସମସ୍ୟା ର ସମାଧାନ କଲେ ଗ୍ରାମବାସୀ ଉପକୃତ ହେବେ ବୋଲି ଜନସାଧାରଣ ରେ ମତ ପ୍ରକାଶ ପାଇଛି |

ଶେରଗଡ଼ ରୁ ରାଜୀବ କୁମାର ପ୍ରଧାନଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *