ପଞ୍ଚାୟତରେ ରୋଗୀସେବା ଯୋଗାଇଲେ ସରପଞ୍ଚ

ଫୋକସ ପ୍ଲସ(ହାଟଡିହି)୨୯/୦୮/୨୦୨୨: “ମାନବ ସେବା ହିଁ ମାଧବ ସେବା”।ନିଆରା ଢଙ୍ଗରେ ନିଜ ପଞ୍ଚାୟତ ରେ ମାଗଣାରେ ସ୍ୱାସ୍ଥ୍ୟସେବା ସହ ପାଣୀଟାଙ୍କି ଯୋଗାଇ ଦେଇଛନ୍ତି ସରପଞ୍ଚ।ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷାକରିଛନ୍ତି ସରପଞ୍ଚ।ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଏହାର ପ୍ରମାଣ ଦେଖାଇଛନ୍ତି ସରପଞ୍ଚ।ଆମେ କହୁଛୁ ହାଟଡ଼ିହି ବ୍ଳକ ଅନ୍ତର୍ଗତ ବାଲିବରେଇ ପଞ୍ଚାୟତ ସରପଞ୍ଚ ହରପ୍ରିୟା ଦଣ୍ଡପାଟ ଙ୍କ କଥା।ଏହି ପଞ୍ଚାୟତ ଟି ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିବା ବେଳେ ୨ କିଲୋମିଟର ଦୂରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥିତ।ଲୋକମାନଙ୍କ ପଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ନିଜ ପଞ୍ଚାୟତ ରେ ଜଣେ ଅବସରପ୍ରାପ୍ତ ଫାର୍ମାସିଷ୍ଟ ଓ ଏଏନଏମ କୁ ନେଇ ସ୍ୱାସ୍ଥ୍ୟସେବା ଶୁଭାରମ୍ଭ କରିଛନ୍ତି।ଆଶୁ ସହାୟକ ଚିକିତ୍ସାକେନ୍ଦ୍ର କୁ ଜିଲ୍ଲାପରିଷଦ ଉପାଦକ୍ଷ ସୋମନାଥ ଦାସ ,ସରପଞ୍ଚ ହରପ୍ରିୟା ଦଣ୍ଡପାଟ,ସମିତି ସଭ୍ୟା ଦମୟନ୍ତି ଜେନା, ସରପଞ୍ଚ ପ୍ରତିନିଧି ଅଜୟ ଘଡେଇ ଫିତାକାଟି ଶୁଭଉଦ୍ଘାଟନ କରିଥିବା ବେଳେ grs ପୂର୍ନେନ୍ଦୁ ଥାଟୋଇ,ରବୀନ୍ଦ୍ର ଲେଙ୍କା, ଅନ୍ତର୍ଯ୍ୟାମୀ ରାଉତ,ଗୌରାଙ୍ଗ ସାମଲ,ନରହରି ପାତ୍ର ଙ୍କ ସମେତ ଏଏନଏମ ଓ ଆଶାକର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ସରପଞ୍ଚଙ୍କ ଏହି ଭଳି କାର୍ଯ୍ୟ କୁ ପଞ୍ଚାୟତବାସୀ ଧନ୍ୟବାଦ ଜଣାଇଛନ୍ତି।

ହାଟଡିହିରୁ ଦେବବ୍ରତ ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *