ସାରଥୀ ଙ୍କ ପରେ ନାଲି ବାବା ଙ୍କ ପଦ୍ରୁଭାବ

ଫୋକସ ପ୍ଲସ(ଡେରାବିଶ)୩୦/୦୮/୨୦୨୨: ଡେରାବିଶ ଅଂଚଳ ରେ ବଢ଼ି ଚାଲିଛି ଆତ୍ମଘୋଷିତ ବାବା ମାନଙ୍କ ପାଦୁର୍ଭାବ.ଗତ ଜନ୍ମାଷ୍ଟମୀ ସମୟରୁ ପୁଣି ଡେରାବିଶ ବାରିମୂଳ ଅଞ୍ଚଳ ରେ ବାବା ସାରଥୀ ଙ୍କ ଭକ୍ତ ମାନଙ୍କ ସାରଥୀ କ୍ରେଜ ଦେଖାଦେଇଥିବା ବେଳେ ଏବେ ପୁଣି ଡେରାବିଶ ରଘୁଦେଇପୁର ଅଞ୍ଚଳ ରେ ନାଲି ବାବା ନାମରେ ଜଣେ ଆତ୍ମଘୋଷିତ ବାବା କିଛି ବର୍ଷ ହେବ ଆବିର୍ଭାବ ହୋଇ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଟାନ ଖୋଲି ଥିଲେ|କିନ୍ତୁ ବାବାଙ୍କ ଶିକ୍ଷାନୁଷ୍ଟାନ ର ସ୍କୁଲ ଗାଡି ଡ୍ରାଇଭର ମାନଙ୍କ ମାସିକ ପାରିଶ୍ରମିକ ଦେଉନଥିଲେ. ମୁଣ୍ଡ ପିଛା ଷାଠିଏ ରୁ ସତୁରୀ ହଜାର ହିସାବ ରେ ପାଖାପାଖି ଦଶ ଜଣ ଡ୍ରାଇଭର ଙ୍କ ଛ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ବାକି ରଖିଥିବା ବେଳେ ଅନେକ ମାସ ର ଏହି ବକେୟା ପlରିଶ୍ରମିକ ଦେଉନାହାନ୍ତି |ଡ୍ରାଇଭର ମାନେ ଟଙ୍କା ମାଗିବାରୁ ବାବା ତାଙ୍କୁ ନାନାଦି ଧମକ ଦେବା ସହ ଆକ୍ରମଣ ର ଉଦ୍ୟମ ମଧ୍ୟ କରିଥିଲେ| ଫଳରେ ଶ୍ରମିକ ମାନେ ଡେରାବିଶ ଥାନା ର ଦ୍ୱାରସ୍ତ ହୋଇଛନ୍ତି |ତେବେ ଅଭିଯୋଗକାରି ମାନେ ଆହୁରି ମଧ୍ୟ ବାବା ଙ୍କ ବିଭିନ୍ନ କେଳେଙ୍କାରୀ ବିଷୟରେ ଅଭିଯୋଗ କରିଛନ୍ତି |ଏନେଇ ନାଲି ବାବା ତଥା ଅଭୟl ନନ୍ଦ ଦାସ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |

ଡେରାବିଶ ବ୍ଲକ୍ ରୁ ଜିବେନ୍ଦୁ ମଲ୍ଲିକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *