ପୌରପାଳିକା ପକ୍ଷରୁ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ

ଫୋକସ ପ୍ଲସ(ଜଗତସିଂହପୁର)୧/୦୯/୨୦୨୨: ଜଗତସିଂହପୁର ପୌରପାଳିକା ପକ୍ଷରୁ ୫୦ ତମ ସ୍ୱାୟତ୍ତ ଶାସନ ଦିବସ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ପୌରାଧକ୍ଷା ଅର୍ଚ୍ଚନା ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥଭାବେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ପ୍ରକଳ୍ପ ନିର୍ଦ୍ଦେଶକ ରୁଦ୍ରନାରାୟଣ ଦାସ,ତହସିଲଦାର ଅଞ୍ଜଳି ତରାଇ,ପୌରପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ ପ୍ରମୁଖ ଯୋଗଦେଥିଲେ।ସହରରେ ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ ପ୍ରକଲୁ, ହାଇମାକ୍ସ ଲାଇଟ୍,ବସ୍ତି ଗୁଡ଼ିକର ଉନ୍ନୟନ,ମିଶନ ଶକ୍ତି ଗୃହ,କେନାଲ କଲଭଟ୍,କଂକ୍ରିଟ ରାସ୍ତା,ମିନି ପାର୍କ,ରାସ୍ତା କଡ଼ରେ ଚଲାପଥ ଆଦି ଉନ୍ନୟନ ମୂଳକ କାର୍ଯ୍ୟ ସରିଛି।ଜଗତସିଂହପୁର ପୌରପାଳିକା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି।ପରିଷଦର ବିକାଶ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ।ପରିଷଦରେ ଯାହାକିଛି କାର୍ଯ୍ୟ ବାକି ରହିଛି ଠିକ୍ ସମୟରେ ଏହି ପରିଷଦ ଦ୍ଵାରା ତାହା ହେବ।ସମସ୍ତଙ୍କର ସହଯୋଗ ରହିଲେ ରାଜ୍ୟରେ ଏକ ନମ୍ବର ପରିଷଦ ହୋଇପାରିବ।ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା କରାଯାଇଥିବା ବକ୍ତୃତା,ଚିତ୍ରାଙ୍କନ ଆଦି ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଏହି ଅବସରରେ ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ,ଅଧକ୍ଷା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଜଗତସିଂହପୁର ରୁ ସଂଗ୍ରାମ କିଶୋର ପତ୍ତନଇୟାଙ୍କ ରିପୋର୍ଟଆ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *