ପୁରୀ ବେଳାଭୁମି ଲୁଟ୍ ଘଟଣାରେ ପୋଲିସିର କାର୍ଯ୍ୟାନୁଷ୍ଠାନ

ଫୋକସ ପ୍ଲସ(ପୁରି)୧/୦୯/୨୦୨୨: ଏବେ ଅସୁରକ୍ଷିତ ହୋଇପଡିଛି କୋଣାର୍କ ପୁରୀ ବେଳାମାର୍ଗ ରାସ୍ତା । ଯେଉଁଠି ନିଜକୁ ଅସୁରକ୍ଷିତ ମନେକରୁଛନ୍ତି କୋଣାର୍କ ପୁରୀ ବୁଲିଆସୁଥିବା ପର୍ଯ୍ୟଟକ । ଅନେକ ସମୟରେ ଚୋରି ରାହାଜାନୀ ଲୁଟ୍ ର ଶୀକାର ହେଉଥିବା ଦେଖିବାକୁ ମିଳୁଛି । ଗତକାଲି ଅପରାହ୍ନ ରେ ପିପିଲି ଅଞ୍ଚଳ ରୁ ଦୁଇ ପୁଅଝିଅ ପୁରୀ ବୁଲିବାକୁ ଆସି କୋଣାର୍କ ଫେରୁଥିବା ବେଳେ ଲିଆଖିଆ ବ୍ରିଜ୍ ପାଖରେ ଟିକନା ଗ୍ରାମ ର ଦୁଇ ପ୍ରଫେସନାଲ ଚୋରି ରାହାଜାନୀ କରୁଥିବା ବ୍ୟକ୍ତି ଯାହାକି ଆଗରୁ ସେମାନଙ୍କ ନାମରେ ଚୋରି ରାହାଜାନୀ ଲୁଟ୍ ମାମଲା ଥିବା ଜଣାପଡିଛି। ସେମାନଙ୍କ ନାମ ୧- ବିଜୁ/ ବିଜୟ କୁମାର ବେହେରା ବୟସ ୩୦ ପି. Let ଶଙ୍କର ବେହେରା ।୨- ବୁଟୁ/ ବଟକୃଷ୍ଣ ବେହେରା ,ବୟସ ୨୬ ପି. ଜାପାନୀ ବେହେରା ଉଭୟ ମଳିତ ଭାବରେ ସେମାନଙ୍କୁ ଅଟକାଇ ବାଡିଆ ମରା କରି ସେମାନଙ୍କ ଠାରୁ ସେମାନଙ୍କ ମୋବାଇଲ ଓ ୩୦୦୦ ଟଙ୍କା ଛଡ଼ାଇ ନେଇଯିବା ପରେ ସେମାନେ ରାମଚଣ୍ଡୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଙ୍ଗେ ସଙ୍ଗେ ରାମଚଣ୍ଡୀ ଥାନା ଅଧିକାରୀ ନାରାୟଣ ଲେଙ୍କା ଓ ସେମାନଙ୍କ ଷ୍ଟାଫ୍ ମିଳିତ ଭାବରେ ଘଟଣାର ତଦନ୍ତ ଆରମ୍ଭ କରି ବିଳମ୍ବିତ ରାତ୍ରରେ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ସେମାନଙ୍କ ଠାରୁ ନଗଦ ୨୭୦୦ଟଙ୍କା ଓ ମୋବାଇଲ୍ ଜବତ୍ କରିବା ସହ ରାମଚଣ୍ଡୀ ଥାନା କେଶ୍ ନମ୍ବର ୮୬/୨୦୨୨ ରେ ଦଫା ୩୯୪ ଅନୁଯାୟୀ ସେମାନଙ୍କୁ ଆଜି କୋଭିଡ୍ ଟେଷ୍ଟ କରିବା ପରେ କୋର୍ଟ ଚାଲଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି।

ପୁରି ଜିଲ୍ଲା କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଫୋକସ୍ ପ୍ଲସ।

Leave a Reply

Your email address will not be published. Required fields are marked *