ହିଂସାକାଣ୍ଡ ନେଇ ବିଜେଡି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ଫୋକସ ପ୍ଲସ(ଚିକିଟି)୨/୦୯/୨୦୨୨: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ ପିତାତଳି ଗ୍ରାମର ବାରମ୍ବାର ଘଟୁଥିବା ହିଂସାକାଣ୍ଡ କୁ ନେଇ ଚିକିଟି ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇଥିଲା।ଚିକିଟି ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ଠାରେ ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିତାତଳି ଗ୍ରାମରେ ମନୁସେନା ପକ୍ଷରୁ ଅଶାନ୍ତି ବାତାବରଣ ସୃଷ୍ଟି କରିବା ଏବଂ ପଞ୍ଚାୟତରେ ବିକାଶ ମୁଳକ କାର୍ଯ୍ୟରେ ହସ୍ତକ୍ଷେପ କରି ବିବାଦୀୟ ବାତାବରଣ ସୃଷ୍ଟି କରୁଥିବା ନେଇ ମନୁସେନା କୁ ଆଜି ସିଧାସଳଖ ଭାବେ ଦୋଷାରୋପ କରିଛନ୍ତି ବିଜେଡି ନେତୃବୃନ୍ଦ। ବାରମ୍ବାର ପିତାତଳି ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହେଉଥିଲେ ମଧ୍ୟ ଧିରେ ଧିରେ ଗ୍ରାମରେ ଶାନ୍ତି ବାତାବରଣ ଫେରିବା ସମୟରେ ମନୁ ସେନା ତରଫରୁ ପରାଜିତ ସରପଞ୍ଚ ପ୍ରାର୍ଥୀ ଓ କିଛି ଅସାମାଜିକ ବ୍ୟକ୍ତିମାନେ ମିଶି ପୁଣି ଗ୍ରାମରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ସହ ବାରମ୍ବାର ଦଳୀୟ କର୍ମୀଙ୍କ ଉପରେ ମାରଣାନ୍ତକ ଆକ୍ରମଣ କରୁଥିବା ନେଇ ବିଧାୟିକା ପ୍ରତିନିଧି ବି କ୍ରିଷ୍ଣାମୃତୀ ଅଭିଯୋଗ ଆଣିଛନ୍ତି। ଗ୍ରାମରେ ଏକ ଶିଶୁ ଉଦ୍ୟାନ ନିର୍ମାଣ ଚାଲିଥିବା ବେଳେ ମନୁସେନା ର କିଛି ଲୋକ ଉକ୍ତ ଶିଶୁ ଉଦ୍ୟାନ ର ପାଚେରୀ ଭାଙ୍ଗିବା ସହ ବିଭିନ୍ନ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ଆଣିଛନ୍ତି ବ୍ଳକ ଅଧ୍ୟକ୍ଷ ଆପନା ସେଠୀ ।ସରପଞ୍ଚ ରାଙ୍ଗାରାଓ ରେଡ୍ଡୀ ସମାଜ ର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ହୋଇଥିବା ବେଳେ ଦିର୍ଘ ବର୍ଷ ଧରି ପଞ୍ଚାୟତ ର ବିକାଶ ଧାରା କୁ ଆଗେଇ ନେଉଛନ୍ତି।ଏବଂ ତାଙ୍କ ଭଳି ବ୍ୟକ୍ତିତ୍ବକୁ ଅପମାନିତ କରିବା ପାଇଁ ପରାଜିତ ସରପଞ୍ଚ ପ୍ରାର୍ଥୀ ଓ ମନୁସେନାର କିଛି ଲୋକ ମିଶି ଗ୍ରାମରେ ବିଭିନ୍ନ ସମୟରେ ଅଶାନ୍ତ ପରିବେଶ ସୃଷ୍ଟି କରୁଥିବା ଭଳି ଅଭିଯୋଗ ରଖିଛନ୍ତି ଚିକିଟି ବ୍ଳକ ବିଜୁ ଜନତାଦଳର ସଭାପତି ‌ ହାରମ୍ବ ରେଡ୍ଡୀ। ମନୁସେନା ମୁଖ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା ଓ ମନୁସେନା ର ସଦସ୍ୟ ମାନେ ଏଭଳି ବିଶୃଙ୍ଖଳା ପରିସ୍ଥିତି ରୁ ନିବୃତ ରହି ପଞ୍ଚାୟତ ର ବିକାଶ ଓ ଗ୍ରାମରେ ଶାନ୍ତି ପ୍ରତିଷ୍ଠା କରିବାକୁ କେ ନୂଆଗାଁ ସରପଞ୍ଚ ମହେନ୍ଦ୍ର ନାଥ ପ୍ରଧାନ ପ୍ରକାଶ କରିଛନ୍ତି। ଶାନ୍ତି ମୈତ୍ରୀର ପ୍ରତିକ ତଥା ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀ ଙ୍କ ବିଧାନ ସଭା କ୍ଷେତ୍ରରେ ଏଭଳି ଆତଙ୍କ ବରଦାସ୍ଥ କରାଯିବ ନାହିଁ ବୋଲି ସରପଞ୍ଚ ପ୍ରତିନିଧି କିଶୋର ପଣ୍ଡା,ଉମା ରେଡ୍ଡୀ, ପୂର୍ବତନ ସରପଞ୍ଚ ମନ୍ମଥ ରାଓ, ନିରଞ୍ଜନ ରେଡ୍ଡୀ ପ୍ରମୁଖ, ଦଳୀୟ ନେତୃବୃନ୍ଦ ପ୍ରକାଶ କରିଛନ୍ତି।

ଚିକିଟି ରୁ ସନ୍ତୋଷ ମହାପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *