ସ୍କୁଲ ସ୍ଥାନାନ୍ତରିତକୁ ନେଇଁ ରାସ୍ତା ରୋକ କଲେ ଅଭିଭାବକ

ଫୋକସ ପ୍ଲସ(ନୟାଗଡ)୨/୦୯/୨୦୨୨: ନୟାଗଡ ଜିଲ୍ଲା ଭାପୁର ବ୍ଲକ ରାକମା ପଞ୍ଚାୟତ ଆଡିପଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ପିଲା ଥିଲେ ମଧ୍ୟ୍ୟ ସ୍କୁଲକୁ ଏବଂ ଅଭିଭାବକ ମାନଙ୍କୁ ନୋଟିସ ନକରି ଆଡିପଡା ସରକାରୀ ବିଦ୍ୟାଳୟକୁ ରାକମା ସ୍କୁଲୁକୁ ସ୍ଥାନାନ୍ତରିତ କରିଛନ୍ତି ଯାହାଫଳରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି ସ୍କୁଲୁ ପିଲାମାନେ, କାରଣ ଆଡିପଡା ପ୍ରଥମିକ ବିଦ୍ୟାଳୟ ଠାରୁ ରକାମ ବିଦ୍ୟାଳୟର ଦୂରତା ୨କିମି ଦୂରତା ଯାହାଫଳରେ ପିଲାମାନେ ଯିବାରେ ବହୁତୁ ଅସୁବିଧା ହେବାସହିତ ଦୃଘଟଣାର ସମୁଖୀନ ହେଉଛନ୍ତି | ତେବେ ଏହିସବୁ ସମସ୍ୟାକୁ ନେଇଁ ଗ୍ରାମବାସୀ ଓ ଅଭିଭାବକ ମାନେ ଜିଲ୍ଲାପାଳ, DO SIR ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ୍ୟ ଲିଖିତ ଭାବରେ ଚିଠି ଦେଇଥିଲେ ମଧ୍ୟ୍ୟ କୌଣସି ସମସ୍ୟାର ସମାଧାନ ହୋଇନଥିବାରୁ ଅଭିଵାବକ,ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମାନେ କଣ୍ଟିଲୋ ବାଘମାରି ମୁଖ୍ୟରାସ୍ତା ଅବରୋଧ କରୀରଖୀଛନ୍ତି ଯାହାଫଳରେ ଯାତାୟାତ ସମ୍ପୃନ ଠପ ହୋଇପଡିଛି | ରାସ୍ତା ରୋକ ହୋଇଥିବା ଖବର ପାଇଁ ଘଟଣା ସ୍ଥଳରେ ଭାପୁର ତହସିଲଦାର ତୃପ୍ତି ମହାନ୍ତି ଫତେଗଡ IIC ଜ୍ୟୋତିରଞ୍ଜନ ପଣ୍ଡା, ଭାପୁର BO ଜୟନ୍ତୀ ସାହୂ ପହଁଚି ସମସ୍ୟାର ସମଧାନ ପାଇଁ ଗ୍ରାମବାସୀଙ୍କ ଓ ଅଭିଭାବକ ମାନଙ୍କ ସହ ଆଲୋଚନା ଜାରି ରହିଛି |

 

ନୟାଗଡ ଭାପୁରରୁ ନାରାୟଣ ପାଲେଇଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Leave a Reply

Your email address will not be published. Required fields are marked *