ଅନାଥ ହୋଇଗଲେ ଦୁଇ ନିଷ୍ପାପ ଶିଶୁ

ଫୋକସ ପ୍ଲସ(ଭଦ୍ରକ)୩/୦୯/୨୦୨୨: ଆଗପଛ ମା ବାପା ଦୁଇଜଣ ଚାଲିଗଲେ |ସ୍ତ୍ରୀ ର ଦଶାହରେ ଆଖିବୁଝିଲେ ସ୍ୱାମୀ ଆଉ ଅନାଥ ହୋଇଗଲେ ଦୁଇ ନିଷ୍ପାପ ଶିଶୁ |ବାପାର ଶବ ଉପରେ ଦୁଇନିଷ୍ପାପ ଶିଶୁ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ଆଜ୍ଞା ଏ କେଉଁ କାହାଣୀ ନୁହଁ ଏ ହେଉଛି ବାସ୍ତବ ସତ୍ୟ |ଭଦ୍ରକ ଜିଲ୍ଲା ବଣିଆ ପଞ୍ଚାୟତ ପେଡା ସାହିର ଇତିଶ୍ରୀ ପେଡା ନାମକ ମହିଳା ବିଗତ କିଛିଦିନ ଧରି କିଡ଼ନୀ ଓ ଶ୍ୱାସ ରୋଗରେ ପୀଡିତ ଥିବାବେଳେ ସ୍ୱାମୀମାଧ୍ୟ ଟିଭି ଓ ମଧୁମେହ ରୋଗରେ ପୀଡିତ ଥିଲେ |ଇତିଶ୍ରୀ ଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ସେ 10 ଦିନ ପୂର୍ବରୁ ମୃତ୍ୟୁ ବରଣ କରିଥିବାବେଳେ ଇତିଶ୍ରୀଙ୍କ ଦଶାହରେ ଆଖିବୁଝିଲେ ସ୍ୱାମୀ ନରହରି ଯାହାକି ଥିଲା ସବୁଠୁ ହୃଦୟ ବିଦାରକ ଦୃଶ୍ୟ | ମାର ଦଶାହରେ ବାପାର ମୃତ୍ୟୁ ଦୁଇ ପିଲାଙ୍କୁ କେତେଯେ କଷ୍ଟ ଦେଉଥିବ ତାହା ସହଜେ ଅନୁମେୟ କିନ୍ତୁ ଦୁନିଆକୁ ଭଲଭାବେ ଦେଖିନଥିବା ଦୁଇ ଶିଶୁ ଜଣେ ଦୁଇ ବର୍ଷର ପୁଅ ଓ ପାଞ୍ଚବର୍ଷର ଝିଅ ଆଜି ଅନାଥ ହୋଇଗଲେ |ଏଭଳି ଏକ ଦୁଃଖଦ ମୁହୁର୍ତରେ ଆମେ ପହଂଚିଥିଲୁ ଆଉ ଦେଖିଥିଲୁ ସେ ହୃଦୟ ବିଦାରକ ଦୃଶ୍ୟ, ଗାଁ ଟା ଯାକ କନ୍ଦାବୋବାଳିରେ ଫାଟିପଡୁଛି |ସମସ୍ତଙ୍କ ମୁହଁରେ ଗୋଟିଏ କଥା ହଇରେ ବିଧାତା ତୁ ଏ କଣ କଲୁ? ପିଲା ଦୁଇଟାଙ୍କୁ ଅନାଥ କରିଦେଲୁ |ଆଜିବି ମଣିଷ ପଣିଆ ବଂଚିଛି ଗାଁ ସାହି ଭାଇ ସମସ୍ତେ ନରହରୀଙ୍କ ଶବ ସତ୍କାର ପାଇଁ ଆଗେଇ ଆସିଛନ୍ତି |ଏଭଳି ଏକ ମର୍ମସ୍ପର୍ଶୀ ଘଟଣାକୁ ଜିଲ୍ଲାପାଳଙ୍କ ନଜରକୁ ମଧ୍ୟ ଅଣିଥିଲୁ ଏବଂ ସଂଗେ ସଂଗେ ଜିଲ୍ଲାପାଳ ମଧ୍ୟ ଜିଲ୍ଲା ରେଡ କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରିବା ସହ ଅନାଥ ପିଲାଙ୍କ ପାଇଁ ପ୍ରଶାସନ ତରଫରୁ ସହାୟତା ପ୍ରଦାନ କରାଯିବା ନେଇ ପ୍ରତିଶୃତି ମଧ୍ୟ ଦେଇଛନ୍ତି |

ଭଦ୍ରକ ରୁ ଅସିତ ରଞ୍ଜନ ଓଝା ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *