ଦୁର୍ବୃତ୍ତ ଜାଳିଦେଲେ ଜିଲ୍ଲା ପରିଷଦଙ୍କ କାର

ଫୋକସ ପ୍ଲସ(ଟାଙ୍ଗୀ)୩/୦୯/୨୦୨୨: ଗତକାଲି ରାତିରେ କେତେକ ଦୁର୍ବୃତ୍ତ ଖୋର୍ଦ୍ଧା ଜିଲ୍ଲା ୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ମିତାଞ୍ଜଳି ବଳିୟାରସିଂହ ଙ୍କ କାର ଟିକୁ ଜାଳି ଦେଇଥିବା ଜାଣିବା କୁ ମିଳିଝି। ଗତକାଲି ରାତିରେ ସଭ୍ୟା ମିତାଞ୍ଜଳି ବଳିୟାରସିଂହ ବଡ଼ପୋଖରିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ରଖିଥିବା କାର ଟିକୁ କେତେକ ଦୁବୃର୍ତ୍ତ କାର ରେ ପେଟ୍ରୋଲ ଢ଼ାଳି ସେଥିରେ ନିଆଁ ଲଗାଇ ଦେଇଥିଲେ। ଜାହା ଫଳରେ କାର ଟି ସଂପୂର୍ଣ୍ଣ ରୂପେ ପୋଡ଼ି ଛାରଖାର ହୋଇଯାଇଛି। ଗତ କିଛି ଦିନ ପୂର୍ବେ ଶାନ୍ତ ହୋଇଜଯାଇଥିବା ବଡପୋଖରିଆ ଅଞ୍ଚଳ ଏବେ ଅଶାନ୍ତ ହୋଇପଡ଼ିଥିବା ପରିଲକ୍ଷିତ ହେଉଛି। ନିରାକାରପୁର ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ଟାଙ୍ଗୀ ରୁ ବିଜୟ ବାହୁବଳେନ୍ଦ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |

Leave a Reply

Your email address will not be published. Required fields are marked *