ରାସ୍ତା ସମ୍ପ୍ରସାରଣ ପାଇଁ ମନ୍ତ୍ରୀ କଲେ ଶୁଭ ଶିଳାନ୍ୟାସ

ଫୋକସ ପ୍ଲସ(ଚୌଦ୍ୱାର)୦୫/୦୯/୨୦୨୨: ଦୀର୍ଘ ଦିନ ହେବ ଖାଲ ଖମାର ହୋଇ ପଡ଼ି ରହିଥିବା ଚାରିବାଟିଆ ଠାରୁ ଡମଣି ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ(ମାନ୍ୟବର କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ )ଙ୍କ ଦ୍ବାରା ରବିବାର ଶୁଭ ଶିଳାନ୍ୟାସ ଓ ଏକ ବିରାଟ ସଭା ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର- କଟକ ବିଧାୟକ ସୋଭିକ ରଞ୍ଜନ ବିଶ୍ୱାଳ ଙ୍କ ପୌରାହିତ୍ୟରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଚୌଦ୍ଵାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣପ୍ରଭା ସାମଲ, ଅଧ୍ୟକ୍ଷ ଶୁଭେନ୍ଦୁ ସାମଲ ଯୋଗଦେଇଥିଲେ ପୂର୍ତ୍ତ ବିଭାଗ ଦ୍ଵାରା ପାଞ୍ଚ କୋଟି ଅଠର ଲକ୍ଷ୍ୟ ବ୍ୟୟ ଅଟକଳ ରେ ବିରାଟ ବଜାର ଠାରୁ ଡମଣି ପୀଠ ପର୍ଯ୍ୟନ୍ତ ୯ କିଲୋମିଟର ରାସ୍ତା ଟି ପ୍ରସ୍ତୁତ ହେବା ଦ୍ବାରା ଆଦିବାସୀ ବହୁଳ ଲୋକମାନେ ଉପକୃତ ହୋଇପାରିବେ l ପାହାଡ଼ିଆ ଲୋକମାନଙ୍କ ଜୀବନ ରେଖା କୁହାଯାଉଥିବା ରାସ୍ତାଟି ସଂଯୋଗ ହେବା ଦ୍ବାରା ଦୁଇ ନିର୍ବାଚନ ମଣ୍ଡଳୀ ଭିତରେ ଶାନ୍ତି, ମୈତ୍ରୀ ଓ ଯୋଗାଯୋଗ ସମ୍ପନ୍ନ ହୋଇପାରିବ ବୋଲି ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିନଧି ଶେଖ ସାହାଜାନ, ଡାଲିଯୋଡ଼ା ବରହମପୁରର ପୂର୍ବତନ ସରପଞ୍ଚ ରଂଜିତ ରାଉତ,ବିଜେଡି ଜିଲ୍ଲା ଉପସଭାପତି ପ୍ରେମଚାନ୍ଦ୍ ନାୟକ,ଜିଲ୍ଲା ପରିଷଦ ମଧୁସ୍ମିତା ସେଠି,ପାରିଷଦ ବିଜୟ ମଲ୍ଲିକ,ବିଜୟ ସାହୁ, ଆଶୁତୋଷ ଦାସ,ସୁବ୍ରତ ସାମଲ,ବିଜେଡି ଯୁବ ଯୁଗ୍ମସମ୍ପାଦକ ଅର୍ଜୁନ ପଣ୍ଡା,ଭରତ ସାହୁ, ରାଜନ କାଦିର,ଶଙ୍କରପୁର ସରପଞ୍ଚ ପ୍ରମୋଦିନୀ ଖଟୁଆ, ମଙ୍ଗରାଜ ସରପଞ୍ଚ ଦେବେନ୍ଦ୍ର ପାଣ୍ଡଵ ଉପସ୍ଥିତ ଥିଲେ । ଶେଷରେ ବିରାଟ ବଜ଼ାର ସଭାପତି ପ୍ରଶାନ୍ତ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ଚୌଦ୍ୱାରରୁ ମାନସ କୁମାର ସାମଲଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *