ପାଣି ପ୍ରସଙ୍ଗ ଉଠାଇଲେ ଚାଷୀ

ଫୋକସ ପ୍ଲସ(ଜଗତସିଂହପୁର)୦୬/୦୯/୨୦୨୨: ପାଣିପଞ୍ଚାୟତ ନିର୍ବାଚନ ନିରପେକ୍ଷତା କୁ ନେଇ ପ୍ର ଉଠାଇଲେ ଚାଷୀ।ଶ୍ନଜଗତସିଂହପୁର ଜଳସେଚନ ବିଭାଗ ଅନ୍ତର୍ଗତ ମହାକାଳେଶ୍ଵର ପାଣି ପଞ୍ଚାୟତ। ଛଅଟି ପଞ୍ଚାୟତ କୁ ନେଇ ମହାକାଳେଶ୍ଵର ପାଣିପଞ୍ଚାୟତ ଗଠନ କରାଯାଇଛି।ନିର୍ବାଚନ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା।ନିର୍ବାଚନ ନିୟମ ଅନୁଯାୟୀ ଛୁଟି ଦିନରେ ନିର୍ବାଚନ କରାଯିବ ନାହିଁ। ଏଠାରେ ତାହାର ବ୍ୟତିକ୍ରମ ଦିଖିବାକୁ ମିଳିଛି।ବିଭାଗ ପକ୍ଷରୁ ଲଟେରୀ ମାଧ୍ୟମରେ ନିର୍ବାଚନ କରାଯିବ ବୋଲି ବିଜ୍ଞପ୍ତି ଜାରି ହୋଇଥିଲା।ଛୁଟି ଦିନରେ ଲଟେରୀ ମାଧ୍ୟମରେ ନିର୍ବାଚନ କରାନଯାଇ ଭୋଟିଂ ମାଧ୍ୟମରେ ନିର୍ବାଚନ କରାଯାଇଛି। ଏହି ନିର୍ବାଚନରେ ୬୦ ଜଣ ଚାଷୀ ନିର୍ବାଚନ ରେ ଭାଗ ନେଇଥିଲେ।କିନୁ ସେମାନଙ୍କ ନାମ କାଟି ମନଇଚ୍ଛା ନିର୍ବାଚନ କରାଯାଉଛି ବୋଲି ପାଣି ପଞ୍ଚାୟତର ସଭାପତି ଓ ମେମ୍ବର ମାନେ ଅଭିଯୋଗ କରିଛନ୍ତି।ଜଳସେଚନ ବିଭାଗର ଅଧିକାରୀ ମାନେ ନିର୍ବାଚନର ସ୍ବଚ୍ଛତା ରଖୁ ନଥିବା ଅନ୍ୟାୟ ଭାବରେ ନିର୍ବାଚନ କରୁଛନ୍ତି।ଅନ୍ୟପଟେ ନିର୍ବାଚନ ନିୟମ ଅନୁଯାୟୀ ବିଜ୍ଞପ୍ତି ଜାରି କରାଯାଇ ସଠିକ୍ ଭାବରେ କରାଯାଉଛି ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ।

ଜଗତସିଂହପୁର ରୁ ସଂଗ୍ରାମ କିଶୋର ପତ୍ତନଇୟାଙ୍କ ଫୋକସ୍ ପ୍ଲସ୍ |

Leave a Reply

Your email address will not be published. Required fields are marked *