କୋଶଳ ରାଜ୍ୟ ଗଠନ ଦାବିରେ ସାମ୍ବାଦିକ ସମ୍ମିଳନୀ

ଫୋକସ ପ୍ଲସ(ନୂଆପଡ଼ା)୦୬/୦୯/୨୦୨୨: ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଆସନ୍ତା ସାତ ତାରିଖ ଦିନ ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛି କୋଶଲ ମୁକ୍ତି ମୋର୍ଚ୍ଚା।ଏହାକୁ ସମର୍ଥନ କରି ଦଳିତ ଅଧିକାର ମଞ୍ଚ ନୂଆପଡା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।ଦଳିତ ଅଧିକାର ମଞ୍ଚ ର ରାଜ୍ୟ ସଭାପତି ସଭାପତି କମଳ ଚରଣ ତାଣ୍ଡି ଏନେଇ ସୂଚନା ଦେବା ସହ ଖଡ଼ିଆଳ, ସିନାପାଲି ଓ ବୋଡେ଼ନ ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବା ବୋଲି କହିଥିଲେ।ଓଡିଶା ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାର ପ୍ରତିନିଧି ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ନ ମିଳିବା, ପଶ୍ଚିମାଞ୍ଚଳରୁ ବେଶୀ ଅବକାରୀ ରାଜସ୍ବ ପାଉଥିଲେ ମଧ୍ୟ ଏହା ଉପକୂଳ ଓଡ଼ିଶାରେ ଖର୍ଚ୍ଚ ହେଉଥିବା, ସ୍ଥାନୀୟ କଳକରଖାନାରେ ବାହାର ଲୋକ ନିଯୁକ୍ତି ପାଉଥିବା ବେଳେ ଏ ଅଞ୍ଚଳର ଲୋକେ ଦାଦନ ଶ୍ରମିକ ହେବା, କେନ୍ଦୁପତ୍ର ରାଜସ୍ବ ରୁ ମାତ୍ର ୩୦ ପ୍ରତିଶତ ପଶ୍ଚିମ ଓଡିଶାକୁ ମିଳିବା, କୌଣସି ବଡ଼ ଡାକ୍ତରଖାନା ନଥିବାରୁ ଅନ୍ୟ ରାଜ୍ୟକୁ ଏ ଅଞ୍ଚଳର ଲୋକେ ଯିବାକୁ ବାଧ୍ୟ ହେଉଥିବା କୋଶଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଏପର୍ଯ୍ୟନ୍ତ ସ୍ଥାନ ମିଳି ନ ପାରିବା ନୂଆଁଖାଇ ପାଇଁ ତିନିଦିନ ଛୁଟି ଦାବିକୁ ରାଜ୍ୟ ସରକାର ଅଣଦେଖା କରୁଥିବା,ବାରମ୍ବାର ଦାବି ସତ୍ତ୍ୱେ ହାଇକୋର୍ଟ ବେଞ୍ଚ ସ୍ଥାପନ ନହେବା ଏପରି ଅଭିଯୋଗ କରି ବନ୍ଦ ପାଳନରେ ସାମିଲ ହେବାକୁ ରାଜ୍ୟ କୋଶଳ ମୁକ୍ତି ମୋର୍ଚା ର ରାଜ୍ଯ ସଭାପତି ସାଗର ଚରଣ ଦାସଙ୍କ ଆହ୍ୱାନ କ୍ରମେ ମଞ୍ଚ କର୍ମକର୍ତ୍ତା ଆସନ୍ତା ସାତ ତାରିଖରେ ବନ୍ଦ ପାଳନ କରିବେ ଓ ଏହି ଦିନ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ କିନ୍ତୁ ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବିଭାଗ କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି।ସାମ୍ବାଦିକ ସମ୍ମିଳନୀରେ ପଦ୍ମନାଭ ଜଗତ, ଲିଙ୍ଗରାଜ ଜାଲ, ଅନ୍ତ ମହାନନ୍ଦ, କମଳ ସୁନା, ସମିର ତାଣ୍ଡି, ଆକାଶ ଜଗତ, ନାରାୟଣ ମେହେର, ପଦ୍ମଲୋଚନ ମେହେର, ତ୍ରିଲୋଚନ ମେହେର, ଧର୍ମ ମେହେର, ଅର୍ଜୁନ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆପଡ଼ା ଜିଲ୍ଲା ରୁ ଅଜିତ ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ୍ |

Leave a Reply

Your email address will not be published. Required fields are marked *