ଶବ ବ୍ୟବଚ୍ଛେଦରୁ ଜଣା ପଡିଲା ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ?

ଫୋକସ ପ୍ଲସ(ବ୍ୟୁରୋ)୦୬/୦୯/୨୦୨୨: ଟାଟା ର ପୂର୍ବତ୍ତନ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀ ଏବଂ ତାଙ୍କ ବନ୍ଧୁ ଜାହଙ୍ଗୀର ପାଣ୍ଡୋଲେଙ୍କ ମୃତ୍ୟୁ ମୁଣ୍ଡରେ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକରେ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଆଘାତ” କାରଣରୁ ହୋଇଥିବା ସେମାନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି।ସୋମବାର ମଧ୍ୟରାତ୍ରିରେ ପାଲଗରର କାସା ଉପ-ଜିଲ୍ଲା ଡାକ୍ତରଖାନାରୁ ସେମାନଙ୍କ ମୃତଦେହ ଅଣାଯିବା ପରେ ସାଇରସ୍ ମିସ୍ତ୍ରୀ ଏବଂ ତାଙ୍କ ବନ୍ଧୁ ଜାହଙ୍ଗୀର ପାଣ୍ଡୋଲଙ୍କ ପୋଷ୍ଟମର୍ଟମ ରାଜ୍ୟ ପରିଚାଳିତ JJ ହସ୍ପିଟାଲରେ କରାଯାଇଥିଲା।

ମିସ୍ତ୍ରୀ ଙ୍କ କ୍ଷେତ୍ରରେ, ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଯାହାଦ୍ୱାରା ପ୍ରବଳ ରକ୍ତସ୍ରାବ ହୋଇଥିଲା। ଛାତି, ମୁଣ୍ଡ , ଜଙ୍ଘ ଏବଂ ବେକରେ ଏକାଧିକ କ୍ଷତ ରହିଥିଲା | JJ ହସ୍ପିଟାଲର ଡାକ୍ତରଙ୍କ କହିବାନୁସାରେ, ଶରୀରରେ ଏକ ବଡ଼ ଧରଣର ଆଘାତ ଲାଗିଲେ ଶରୀରରେ ଏଭଳି ପରିବର୍ତ୍ତନ ଦେଖା ଯାଏ | ଯେପରିକି କାରଟି 100 ରୁ ଶୂନକୁ ଯାଏ |“ସାଇରସ୍ ଏବଂ ଜାହାଙ୍ଗୀର ଏକାଧିକ ଆଘାତ ପାଇଥିଲେ ଏବଂ ତାଙ୍କ ମୁଣ୍ଡ, ଛାତି ଏବଂ ଅଙ୍ଗରେ ଆଘାତ ଲାଗିଥିଲା। ଏହି ଆଘାତରେ ସଙ୍ଗେସଙ୍ଗେ ମୃତ୍ୟୁ ହୋଇଥାଇ ପରେ ବୋଲି ଜଣେ ଡାକ୍ତର କହିଛନ୍ତି ।JJ କର୍ତ୍ତୃପକ୍ଷ କହିଛନ୍ତି ଯେ, ଭିସେରା ନମୁନା କାଲିନାସ୍ଥିତ ଫରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) କୁ ପଠାଯିବ। ଅନ୍ୟମାନଙ୍କ ମଧ୍ୟରେ ରାସାୟନିକ ପଦାର୍ଥ, ମଦ୍ୟପାନ ଏବଂ ବିଷର ଚିହ୍ନ ଯାଞ୍ଚ କରିବା ପାଇଁ ଏକ ଭିସେରା ବିଶ୍ଳେଷଣ କରାଯାଇଥାଏ | ଡିଏନ୍ଏ ବିଶ୍ଳେଷଣ ପାଇଁ ନମୁନା ମଧ୍ୟ ରଖାଯାଇଛି ବୋଲି ସୂତ୍ରରୁ ପ୍ରକାଶ।

ରବିବାର ଦିନ ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ ମର୍ସିଡିଜ୍ ଏସୟୁଭିର ପଛ ସିଟରେ ବସିଥିବା ସାଇରସ୍ ମିସ୍ତ୍ରୀ ଏବଂ ଜାହାଙ୍ଗୀର ପାଣ୍ଡୋଲଙ୍କର ମୃତ୍ୟୁ ଘଟିଛି।

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *