ଲାପଟପ ମାଲିକଙ୍କୁ ଫେରାଇଲା ଆରପି

ଫୋକସ ପ୍ଲସ(ବ୍ରହ୍ମପୁର)୦୯/୦୯/୨୦୨୨: ସରକାରୀ ରେଳବାଇ ପୋଲିସ (ଆରପିଏଫ) ଜଗନ୍ନାଥପୁର ରେଳଷ୍ଟେସନ ପ୍ଲାଟଫର୍ମର ଏକ ବେଞ୍ଚରେ କେହି ଯାତ୍ରୀ ଛାଡ଼ି ଦେଇଥିବା ଗୋଟିଏ ଲାପଟପ ଉଦ୍ଧାର କରିଥିଲା। ପରବର୍ତ୍ତୀ ସମୟରେ ଲାପଟପ୍ ହଜିଥିବା ନେଇ ଯାତ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଖୋର୍ଦ୍ଧା ରେଳ ଷ୍ଟେସନରେ ଅଭିଯୋଗ କରିଥିଲେ। ଖବର ମିଳିବା ପରେ ଵ୍ରହ୍ମପୁର ଆରପି ଏଫ କନେଷ୍ଟେବଲ ଡି ମହନ୍ତ ଅଭିଯୋଗକାରୀଙ୍କ ସଙ୍ଗେ ଯୋଗାଯୋଗ କରିଥିଲେ ।ସେହିପରି ଉକ୍ତ ଲାପଟପ୍ ଗ୍ରହଣ କରିବା ପାଇଁ ଉପଯୁକ୍ତ କାଗଜପତ୍ର ସହିତ ଵ୍ରହ୍ମପୁର ଆରପିଏଫ୍ ଥାନାକୁ ଆସିବା ପାଇଁ କହିଥିଲେ। ପୁରୀ ଗୋପ ଥାନା ଅନ୍ତର୍ଗତ ମଠ ସାହିର ସ୍ମୃତି ରଂଜନ ପ୍ରଧାନ ନିଜ ଉପଯୁକ୍ତ କାଗଜପତ୍ର ଶୁକ୍ରବାର ଦାଖଲ ପରେ ଆରପିଏଫ ପୋଲିସ ଥାନା ପକ୍ଷରୁ ତାଙ୍କ ଲେପଟପକୁ ଫେରାଇ ଦିଆଯାଇଛି।ଏଭଳି ଉତ୍କୃଷ୍ଟ କାର୍ଯ୍ୟ ପାଇଁ ସ୍ମୃତି ରଂଜନ ପ୍ରଧାନ ଆରପିଏଫ ପୋଲିସକୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *