ଫୋକସ ପ୍ଲସ(ଉମରକୋଟ )୧୦/୦୯/୨୦୨୨: ବିବାଦୀୟ ଶବକୁ ନେଇ ପୁଣି ପ୍ରଶାସନ ବିରୋଧରେ ରାତ୍ର ତମାମ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ହିନ୍ଦୁ ସଂଗଠନ। ପ୍ରଶାସନ ଏହି ଶବକୁ ହିନ୍ଦୁ ମଶାଣିରେ ସଂସ୍କାର କରିବା ଯୋଗୁଁ ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ।ବିବାଦୀୟ ଶବ କୁ ନେଇ ଉମରକୋଟ ସହର ରେ ପୁଣି ରାସ୍ତା ରୋକ କରାଯାଇଛି । ଗତ କାଲି ଡଙ୍ଗରି ସାହି ର ଜଣେ ଯୁବତୀ ପୁଷ୍ପାଞ୍ଜଳି ବାଘ ଙ୍କ ମୃତ୍ୟୁ ଘଟିଥିଲା । ଶବ ସଂସ୍କାର ପାଇଁ ସ୍ଥାନ ନମିଳିବାରୁ ଘଟଣା କୁ ନେଇ ପରିବାର ବର୍ଗ ଗତକାଲି ଉମରକୋଟ ଠାରୁ ଛତିଶଗଡ଼ କୁ ସଂଯୋଗ କରୁଥିବା ରାସ୍ତା କୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ପରେ ପ୍ରଶାସନ ର ସହାୟତା ରେ ଶବ କୁ ନେଇ DNK ସ୍ଥିତ ଏକଟା ଗୁଡ଼ା ନିକଟ ରେ ରାସ୍ତା କଡ଼ରେ ଶବ ପୋତି ଦେଇଥିଲେ । ଏହି ଶବ ପୋତା କୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଓ ହିନ୍ଦୁ ସଂଗଠନ ପକ୍ଷରୁ ବର୍ତ୍ତମାନ ଉମରକୋଟ ର ନବରଙ୍ଗପୁର ରୁ ଉମରକୋଟ କୁ ସଂଯୋଗ କରୁଥିବା ୩୯ ନମ୍ବର ରାଜ୍ୟ ରାଜପଥ କୁ ଅବରୋଧ କରିଛନ୍ତି । ଫଳରେ ରାସ୍ତା ର ଉଭୟ ପାର୍ଶ୍ଵ ରେ ଅନେକ ଗାଡ଼ି ମଟର ଅଟକ ରହିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉମରକୋଟ ରେ ଗୋଟିଏ ଘଟଣା କୁ ନେଇ ଦୁଇ ଦୁଇ ଥର ରାସ୍ତା ରୋକ୍ ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉକ୍ତ ସ୍ଥାନ ରୁ ଶବକୁ ବାହାର କରି ଅନ୍ୟ ସ୍ଥାନରେ ପୋତିବା ପାଇଁ ଜିଦ୍ ଧରି ବସିଛନ୍ତି ସ୍ଥାନୀୟ ବାସିନ୍ଦା । ସମସ୍ୟା ର ସମାଧାନ ନ ହେବାଯାଏ ରାସ୍ତାରୋକ ରୁ ହଟିବେ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।