କୋରାପୁଟ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଫୋକସ ପ୍ଲସ ୧୧/୬/୨୨(କୋରାପୁଟ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଟ୍ରେନ ଯୋଗେ ଦୁଇ ଦନିଆ ଗସ୍ତରେ ଆସି କୋରାପୁଟରେ ପହଞ୍ଚିଛନ୍ତି । ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ଅଵଦ୍ଦାଲ ମହମ୍ମଦ ଅଖତର,ଏସପି ବରୁଣ ଗୁଣ୍ଠାପାଲ୍ଲୀ, ଷ୍ଟେସନ ମ୍ୟାନେଜର ନରେନ୍ଦ୍ର କୁମାର ଭିତିରିଆ ପ୍ରମୁଖ ରାଜ୍ୟପାଳଙ୍କୁ କୋରାପୁଟ ରେଳ ଷ୍ଟେସନରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ରାଜ୍ୟପାଳଙ୍କ ଗସ୍ତ ଦୃଷ୍ଟିରୁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖାଯାଇଛି। ରାଜ୍ୟପାଳ ଟ୍ରେନରୁ ଅବତରଣ କରିବା ବେଳେ ସେଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀ, ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଉପ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦନ ଦଳେଇ, ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ସେଠାରେ ଉପସ୍ଥିତ ଥିବା ଦେଖାଯାଇଥିଲା।ଷ୍ଟେସନରୁ ସ୍ୱତନ୍ତ୍ର ସର୍କିଟ ହାଉସକୁ ପଂହଁଚିବା ପରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଆଜି ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ହେବାକୁଥିବା ଭାରତର ସ୍ବାଧୀନତା ସଂଗ୍ରାମରେ ଆଦିବାସୀ ନେତାଙ୍କ ଅବଦାନ ସମ୍ପର୍କିତ ସେମିନାରରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାପରେ ସେ ସେମିଳିଗୁଡ଼ା ଠାରେ ଦିଲ୍ଲୀ ପବ୍ଲିକ ସ୍କୁଲର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *