ବିପଦରେ ଶିଆଳି ଭିୟୁ ଟାୱାର

ଫୋକସ ପ୍ଲସ(ପାରାଦିପରୁ) ୧୨/୦୯/୨୦୨୨:ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନୀତ ବର୍ଷା, ଲଘୁଚାପର ପ୍ରଭାବ ପଡିଛି ଜଗତସିଂହପୁର ଜିଲା ଏରସମା ବ୍ଲକ ପର୍ଯ୍ୟଟନ ସ୍ଥଳୀ ଶିଆଳି ବେଳା ଭୂମୀଉପରେ, ଲଘୁଚାପ ପ୍ରଭାବରେ ସମୁଦ୍ର କୂଳ ଖାଇ ପଦ୍ମପୁର ପଂଚାୟତ ରେ ଥିବା ଶିଆଳି ବେଳାଭୂମି ର ଭିୟିୁ ଟାୱାର ପ୍ରତି ବିପଦ ଦେଖାଦେଇଛି l ସମୁଦ୍ର ଜୁଆର ମାଡରେ ଭିୟୁ ଟାୱାର ତଳୁ ବାଲି ଅତଡା ଖସି ସମୁଦ୍ର ଗର୍ଭ ରେ ଲୀନ ହେବାକୁ ବସିଛି | ସମୁଦ୍ର ଧୀରେ ଧୀରେ ଜନବସତି ମୁହାଁ ହେଉଥିବା ବେଳେ ଭିୟୁ ଟାୱାର ର ମୂଳ ରେ ସମୁଦ୍ରର ଜୁଆର ମାଡ କରୁଛି | ଗତବର୍ଷ ଏଭଳି ହୋଇଥିଲା, ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବରେ ବଡବଡ ବାଲି ଅଖା ପକାଯାଇଥିଲା, ଭିୟୁ ଟାୱାର ସୁରକ୍ଷା ପାଇଁ ପଥର ବନ୍ଧ ନିର୍ମାଣ କରିବା ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ଏଥି ପ୍ରତି ସ୍ଥାନୀୟ ପ୍ରଶାସନ ଠାରୁ ଜିଲା ପ୍ରଶାସନ କେହିବି ସଠିକ୍ ପଦକ୍ଷପ ନେଲେ ନାହିଁ, ଏବେ ପୁଣି ସମୁଦ୍ର ର ଜୁଆର ମାଡରେ ଶିଆଳି ଭିୟୁ ଟାୱାର କ୍ଷତି ହେବାରେ ଲାଗିଛି | ସମୁଦ୍ର ଧୀରେ ଧୀରେ କୂଳ ଆଡକୁ ମାଡି ଆସୁଥିବା ବେଳେ ଗଡହରିଶପୁର ପଞ୍ଚାୟତ ଓ ପଦ୍ମପୁର୍ ପଞ୍ଚାୟତ ଲୋକ ମାନେ ଭୟଭିତ ଅବସ୍ଥାରେ ରହିଥିବା କୁହାଯାଉଛି |

Leave a Reply

Your email address will not be published. Required fields are marked *